ବାଘ ଛାଲ କାରବାରର ପର୍ଦ୍ଦାଫାଶ : ବାଘ ଛାଲ ଜବତ, ୫ ଗିରଫ

ରାଇରଙ୍ଗପୁର:-ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । ଏହାସହ ୫ ଜଣ ଚୋରା ବେପାରିଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି  ବନ ବିଭାଗ ।

ବିଶେଷ ସୂତ୍ରରୁ ଖବର ପାଇ ବାଘ ଛାଲ କାରବାର ଚାଲିଥିବା ବେଳେ ଚଢାଉ କରିଥିଲା ବନ ବିଭାଗ । ବାଘ ଛାଲ ଜବତ କରିବା ସହ କାରବାରରେ ସଂପୃକ୍ତ ୫ ଜଣଙ୍କୁ ଧରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ କୁଳିଅଣାର ଖେଲାରା ମହାଁସଦା ଓ ହାମ୍ବୀର ଟୁଡୁ, ବିଶୋଇର ବାଜିନାଥ ହେମ୍ବ୍ରମ, ସନତ ମାରାଣ୍ଡି ଓ ଜାମଦାର ତୁଶୀଲ ମୁର୍ମୁ ।ମଣଦା ରେଞ୍ଜ କଟାସ ଅଞ୍ଚଳରୁ ସେପ୍ଟେମ୍ବର ୩ ତାରିଖରେ ଏକ ବାଘ ଛାଲ ଜବତ କରିଥିଲା ବନବିଭାଗ । ଗତ ରବିବାର ଅର୍ଥାତ ଅକ୍ଟୋବର ୧୭ ତାରିଖ ଦିନ ଶିମିଳିପାଳ ଅଂଚଳରେ ଚାଲିଥିବା ବାଘ ଛାଲ କାରବାରର ମାଷ୍ଟର ମାଇଣ୍ଡ ଲବ ନାଏକଙ୍କୁ ଗିରଫ କରିଥିଲେ ମଧ୍ୟ କୋଭିଡ ଟେଷ୍ଟ ପାଇଁ ନେଉଥିବା ବେଳେ ବନ ବିଭାଗକୁ ଚକମା ଦେଇ ଫେରାର ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *