ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଯାଉଥିବା ବେଳେ ରାସ୍ତାରେ କେତେ ଯୁବକ ତାଙ୍କୁ କଳା ପତାକା ଦେଖାଇଥିଲେ।

ଶ୍ରୀମନ୍ଦିର ଚାରି ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯାଉଥିଲେ। ବଗଲା ଧର୍ମଶାଳା ନିକଟରେ କେତେକ ଯୁବକ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ କଳା ପତାକା ଧରି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ସାମ୍ନାକୁ ପଶି ଆସିଥିଲେ। ରାସ୍ତା ଉପରେ ବିକ୍ଷୋଭକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀଙ୍କୁ ପୁଲିସ କାବୁ କଲା ପରେ ଆଗକୁ ବଢ଼ିଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି। କଳାପତାକା ପ୍ରଦର୍ଶନକାରୀ ଯୁବ କଂଗ୍ରେସ କର୍ମୀ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *