୨୧୯୬ ନୂତନ ଆକ୍ରାନ୍ତ ଚିହ୍ନଟ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ୨୮୪୨ କୋଭିଡ୍-୧୯ ରୋଗୀ

ଭୁବନେଶ୍ଵର;-ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସଂକ୍ରମିତଙ୍କ ତୂଳନାରେ ଅଧିକ ସୁସ୍ଥ ହେଉଛନ୍ତି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮୪୨ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୨ ଲକ୍ଷ ୪୪ ହଜାର ୨୨୭ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ କଟକ ଜିଲ୍ଲାରୁ ୨୩୭, ନୂଆପଡାରୁ ୧୬୧, ପୁରୀରୁ ୧୪୮, ସମ୍ବଲପୁରରୁ ୧୩୬, ଅନୁଗୁଳରୁ ୧୧୯, କଳାହାଣ୍ଡିରୁ ୧୧୭, ଝାରସୁଗୁଡାରୁ ୧୦୮, ଯାଜପୁରରୁ ୧୦୦, ଭଦ୍ରକରୁ ୯୪, ବରଗଡରୁ ୯୩, ମୟୂରଭଞ୍ଜରୁ ୯୨, ସୁନ୍ଦରଗଡରୁ ୯୧, ଜଗତସିଂହପୁରରୁ ୮୫, ନୟାଗଡରୁ ୭୮, କେନ୍ଦ୍ରାପଡାରୁ ୭୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।ସେହିପରି କେନ୍ଦୁଝର ଜିଲ୍ଲାରୁ ୬୮, ଢେଙ୍କାନାଳରୁ ୬୦, ବଲାଙ୍ଗିରରୁ ୫୮, ନବରଙ୍ଗପୁରରୁ ୫୩, କନ୍ଧମାଳରୁ ୫୦, ସୋନପୁରରୁ ୪୮, କୋରାପୁଟରୁ ୪୧, ମାଲକାନଗିରିରୁ ୪୧, ଗଞ୍ଜାମରୁ ୩୦, ବାଲେଶ୍ଵରରୁ ୨୭, ବୌଦ୍ଧରୁ ୨୧, ରାୟଗଡାରୁ ୧୮, ଦେବଗଡରୁ ୧୭ ଓ ଗଜପତିରୁ ୧୩ ଜଣ କରୋନାମୁକ୍ତ ହୋଇଛନ୍ତି।ଉଲ୍ଲେଖନୀୟ ଗତ ୨୪ ଘଣ୍ଟାରେ ଓଡିଶାରୁ ୨୧୯୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫ରେ ପହଞ୍ଚିଛି। ସେଥିରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୪୪ ହଜାର ୨୨୭ରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଆଉ ୧୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ପରେ ମୃତକଙ୍କ ସଂଖ୍ୟା ୧୧୨୧କୁ ବୃଦ୍ଧି ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ।

Leave a Reply

Your email address will not be published. Required fields are marked *