‘ଏ ବର୍ଷ ହୋଇପାରେ ହାଡ଼ଭଙ୍ଗା ଶୀତ

ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇପାରେ। ଲା- ନିନା ସ୍ଥିତି ଯୋଗୁ ଭାରତରେ ହିମପ୍ରବାହ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଜାତୀୟ ଗଣମାଧ୍ୟମର ୱେବିନାରରେ ଭାରତୀୟ ପାଣିପାଗ ବିଭାଗର(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ପ୍ରବଳ ଶୀତ ଯୋଗୁ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାରରେ ପ୍ରତିବର୍ଷ ଅଧିକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥାନ୍ତି। ଲା-ନିନାର ସ୍ଥିତି ଅନୁଯାୟୀ ଦେଶରେ ଶୀତର ପ୍ରଭାବ କିପରି ରହିବ ତାହା ଜଣାପଡ଼ିଥାଏ।

ଦେଶରେ ଶୀତର ପ୍ରଭାବ କେମିତି ରହିବ ଏ ନେଇ ପ୍ରତିବର୍ଷ ନଭେମ୍ବରରେ ଆଇଏମ୍‌ଡି ପୂର୍ବାନୁମାନ କରିଥାଏ।

Leave a Reply

Your email address will not be published. Required fields are marked *