ବମୀଖାଲରେ ଗାଡି,ସୁନ୍ଦରଗଡ଼ରୁ ଆସିଛି ଚାଲାଣ, ଟ୍ରାଫିକ ଅଧିକାରୀ କହିଲେ ଭୁଲ ହୋଇଯାଇଛି,

ରିପୋର୍ଟର:-ଚନ୍ଦନ ଜେନ

ଭୁବନେଶ୍ୱର:-ରାଜ୍ୟରେ ଟ୍ରାଫିକ ପୋଲିସ ଏବଂ ଆରଟିଓ ଅଧିକାରୀଙ୍କ ଭୁଲ ବିଭିନ୍ନ ସମୟରେ ପଦାକୁ ଆସିଛି। କେତବେଳେ ଟ୍ରକ ଚାଳକଙ୍କୁ ହେଲମେଟ ନ ପିନ୍ଧିବା ପାଇଁ ଚାଲାଣ ଆସୁଥିବା ବେଳେ  ଆଉ କେତବେଳେ ବାଇକ ଚାଳକଙ୍କୁ କାର ପାଇଁ ଚାଲାଣ ଆସୁଛି। ପୋଲିସର ଏଭଳି ଭୁଲ ପାଇଁ ସାଧାରଣ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି। ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରର ବମୀଖାଲ ଅଞ୍ଚଳରେ ଦେଖିବାକୁ ମିଳିଛି। ବମୀଖାଲରେ ଗାଡି ଥିବା ବେଳେ ସୁନ୍ଦରଗଡ଼ରୁ ଆସିଛି ଚାଲାଣ।

ବମୀଖାଲରେ ରହୁଥିବା ପ୍ରସନ୍ନ ମାନସିଂଙ୍କ ପାଖରୁ ସୁନ୍ଦରଗଡ଼ ଟ୍ରାଫିକ ପୋଲିସ ପକ୍ଷରୁ ଚାଲାଣ ଆସିଛି। ସେ ବିନା ହେଲମେଟର ସ୍କୁଟିରେ ଯାଉଥିବାରୁ ଗତ ସେପ୍ଟେମ୍ବର 17 ତାରିଖ ରାତି ୯ଟାରେ ହଜାର ଟଙ୍କାର ଜରିମାନା କରାଯାଇଥିବା ଚାଲାଣରେ ଉଲ୍ଲେଖ କରାଯାଇଛି। କନ୍ତୁ ଯେଉଁ ସ୍ଥାନରେ ପ୍ରସନ୍ନ ବିନା ହେଲମଟରେ ଯାଉଥିଲେ ସେନେଇ କିଛବି ଉଲ୍ଲେଖ କରାଯାଇନାହିଁ। ଗତ 5 ତାରିଖରେ ପ୍ରସନ୍ନଙ୍କ ମୋବାଇଲକୁ ମେସେଜ ଆସିବା ପରେ ସେ ଚକିତ ହୋଇଯାଇଛନ୍ତି। ସେ ସ୍କୁଟି ନେଇ ସୁନ୍ଦରଗଡ଼ ଯାଇ ନାହାନ୍ତି କି ତାଙ୍କର କେହି ସମ୍ପକୀୟ ମଧ୍ୟ ଗାଡ଼ିକୁ ନେଇ ଯାଇନାହାନ୍ତି।  କିନ୍ତୁ କିଭଳି ଚାଲାଣ ଆସିଲା ପ୍ରସନ୍ନ ଚକିତ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ପ୍ରସନ୍ନ  ପାରିବାର ସହ ବମୀଖାଲରେ ପରିବାର ସହ ରହୁଛନ୍ତି। ତାଙ୍କର ଏକ ସ୍କୁଟି(ଓଡ଼ି 02ଏକ୍ସ 5922) ଭୁବନେଶ୍ୱର ଆରଟିଓରେ ପଞ୍ଜିକୃତ ଅଛି। ପ୍ରସନ୍ନ ବୟସ 60 ହୋଇଥିବାରୁ ସେ ଉକ୍ତ ଗାଡିକୁ ସ୍ଥାନୀୟ ଅଞ୍ଚଳରେ  ହିଁ ବ୍ୟବହାର କରନ୍ତି। ଅନେକ ସମୟରେ ଗାଡି ତାଙ୍କ ଘରେ ରହୁଥିବା ବେଳେ ବମୀଖାଲରେ ଦୋକାନ କରିଥିବା ତାଙ୍କ ପୁଅ ମଝିରେ ମଝିରେ ଗାଡି ନେଇ ଯାଆନ୍ତି। କିନ୍ତୁ ତାଙ୍କର ସୁନ୍ଦରଗଡ଼ରେ କେହି ବନ୍ଧୁ ନାହାନ୍ତି। ଚାଲାଣ କଟା ଯାଇଥିବା ସମୟରେ କେହି ଗାଡି ନେଇ ସୁନ୍ଦରଗଡ଼ ନେଇ ନାହାନ୍ତି। ଗାଡି ତାଙ୍କ ଘରେ ଥୁଆ ହୋଇଥିଲା।

କିଭଳି ସୁନ୍ଦରଗଡ଼ ଏଭଳି ଖାମଖିଆଲ ଭାବେ ଅନ୍ୟକୁ ଚାଲାଣ କାଟୁଛି।  ପ୍ରସନ୍ନଙ୍କୁ ମାତ୍ର ଏକ ହଜାର ଟଙ୍କାର ଚାଲାଣ ହୋଇଛି, କନ୍ତୁ ଯଦି ତାଙ୍କୁ 20 ହଜାର କିମ୍ବା ଅଧିକ ଜରିମାନା ରାଶି ହୋଇଥାନ୍ତା, ତାହେଲେ ପ୍ରସନ୍ନଙ୍କ ଅଵସ୍ଥା କଣ ହୋଇଥାନ୍ତା  ଏହା ଅନୁମାନ କରି ହେଉଛି।

ଚାଲାଣ କାଟିଥିବା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଚାଲାଣ କାଟିବା ବେଳେ ଏଭଳି ଭୁଲ ହୋଇଛି। ଏହାକୁ ସୁଧାରିବା ପାଇଁ ଚେଷ୍ଟା କରିବୁ। ମୋବାଇଲରେ ରଙ୍ଗ ନମ୍ବର ଲାଗିବା ଭଳି ଏଥିରେ ସମାନ ଘଟଣା ଘଟିଛି। ଗୋଟିଏ ଡିଜିଟି ନମ୍ବର ଭୁଲ ହୋଇଗଲେ ତାହା ଅନ୍ୟ ନିକଟକୁ ପଳେଇ ଯାଇଛି।

 

Leave a Reply

Your email address will not be published. Required fields are marked *