ଘରୋଇ ବସ୍କୁ ସାଢେ ୫ଲକ୍ଷ ଟଙ୍କାର ଜରିମନା, ୨୦୧୯ ମେ’ରୁ ବିନା ଏମଭି ଟାକ୍ସରେ ଚାଲିଥିଲା
ଭୁବନେଶ୍ବର:-ଘରୋଇ ଯାତ୍ରୀବାହୀ ବସ୍କୁ ଲକ୍ଷାଧିକ ଟଙ୍କାର ଜରିମନା କରାଯାଇଛି । କୋରାପୁଟରୁ ଭୁବନେଶ୍ବର ଆସୁଥିବା ଘରୋଇ ବସ୍କୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଜରିମନା କରାଯାଇଛି । ଭୁବନେଶ୍ବର ଆରଟିଓ-୨ ଏହି ଜରିମନା ଲଗାଇଥିବା ସୂଚନା ମିଳିଛି ।
ବସ୍ ଟି ୨୦୧୯ ମେ’ ମାସରୁ ଏପର୍ଯ୍ୟନ୍ତ ମୋଟର ଭେହିକିଲ ଟାକ୍ସ ଦେଇ ନଥିବାରୁ ଜରିମନା କରାଯାଇଛି । ବସ୍ର ପରମିଟ, ଫିଟନେସ୍, ଇନ୍ସ୍ୟୁରାନ୍ସ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ନଥିବାରୁ ଫାଇନ୍ କରାଯାଇଛି । ବସ୍ଟି କୋରାପୁଟରୁ ଭୁବନେଶ୍ବର ଚଳାଚଳ କରୁଥିବା ଜଣାପଡିଛି ।