ମୁମ୍ବାଇରେ ବିଦ୍ୟୁତ୍‌ ସେବା ଠପ୍ : ଅନେକ ଅଞ୍ଚଳ ଏବେ ଅନ୍ଧାରରେ

ମୁମ୍ବାଇ:-ମୁମ୍ବାଇ ମହାନଗରରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। ମୁମ୍ବାଇ ଟାଉନସିପରେ ଥିବା ବିଦ୍ୟୁତ୍ ଯୋଗାଣ କମ୍ପାନୀ ବେଷ୍ଟ (ବେଷ୍ଟ) କହିଛି ଯେ, ବିଦ୍ୟୁତ୍ ଯୋଗାଣ କରୁଥିବା ପ୍ଲାଣ୍ଟରେ ଗ୍ରୀଡ୍ ଫେଲ୍‌ ହୋଇଯାଇଛି। ମୁମ୍ବାଇର ପୂର୍ବ, ପଶ୍ଚିମ, ଉପାନ୍ତ ତଥା କିଛି ଅଞ୍ଚଳରେ ବିଦ୍ୟୁତ କଟିଯାଇଛି। ଏହି କାରଣରୁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରୀଡ୍ ଫେଲ୍‌ ହେବା କାରଣରୁ ସ୍ଥାନୀୟ ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି। ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ମୁମ୍ବାଇରେ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି।ଵୃହନମୁମ୍ବାଇ ମହାନଗର ପାଳିକା ସୂଚନା ଦେଇଛନ୍ତି ଯେ, ଟାଟାର ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବାରୁ ସହରରେ ବିଜୁଳି ଗ୍ରୀଡ଼ ଫେଲ ହୋଇଛି। ସେଣ୍ଟ୍ରାଲ ରେଳ ଲାଇନରେ ରେଳ ସେବା ଠପ ହୋଇଯାଇଛି। ସୂଚନା ଦିଆଯାଇଛି ଯେ ୪୦୦ କେଭି ଲାଇନରେ ଟ୍ରିପିଙ୍ଗ ହୋଇଛି। ଏଥିପାଇଁ ଏମଆଇଡ଼ିସି, ପାଲଘର ଓ ଦହାନୁ ଲାଇନ ପ୍ରଭାବିତ ହୋଇଛି। ଏହାକୁ ଠିକ କରିବାକୁ ପାଖାପାଖି ଘଣ୍ଟାଏ ସମୟ ଲାଗିବ। ତେବେ ବିଦ୍ୟୁତ ସେବା କେବେ ଆରମ୍ଭ ହେବ ତାହା ଏବେ କହିହେବ ନାହିଁ। ସକାଳ ୧୦ଟାରୁ ବାନ୍ଦ୍ରା, କୋଲାବା, ମହୀମ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। ପାୱାର ଗ୍ରୀଡ଼ ଫେଲ ହେବା କାରଣରୁ ସହରର ଲାଇଫଲାଇନ ଲୋକାଲ ଟ୍ରେନ ଅଟକି ରହିଛି।

Leave a Reply

Your email address will not be published. Required fields are marked *