ମିଠା ଦୋକାନୀକୁ ହତ୍ଯା ମାମଲାରେ 5 ଗିରଫ, ଏସିପିଙ୍କ ଟିମକୁ ସିପିଙ୍କ ପ୍ରଶଂସା

ଭୁବନେଶ୍ବର:(ଚନ୍ଦନ ଜେନା):-ଲିଙ୍ଗରାଜ ଥାନା ସାମନ୍ତରାୟପୁର ଛକ ମିଠା ଦୋକାନୀକୁ ହତ୍ୟା ଘଟଣାରେ ପୋଲିସକୁ ସଫଳତା ମିଳିଛି। ଏହି ହତ୍ୟା ମାମଲାରେ ବଳରାମ ମିଠା ଦୋକାନୀଙ୍କ ପରିବାରର 3 ସଦସ୍ୟଙ୍କ ସମେତ 5 ଜଣକୁ ଗିରଫ କରିଛି ପୋଲିସ।

ପୁରା ପରିବାର ରଚିଥିଲା ହତ୍ୟା ଷଡ଼ଯନ୍ତ୍ର । ବ୍ୟବସାୟିକ ଶତ୍ରୁତା ପାଇଁ ନେଲେ ମୃତ ପ୍ରଭାକରର ଜୀବନ । ହତ୍ୟା ପାଇଁ ହାୟର କରିଥିଲେ ସୁପାରି କିଲର । ଏହା ପଛର ମାଷ୍ଟର ମାଇଣ୍ଡ ହେଉଛି ଦିଲୁ ଏବଂ ତାର ପୁଅ ରାଜା। ଅକ୍ଟୋବର ୪ ସାମନ୍ତରାପୁର ଛକ ସମ୍ଭୁ ସାହୁ ହତ୍ୟା ମାମଲା ନେଇଛି ଏମିତି କିଛି ମୋଡ଼ । ମାଷ୍ଟର ମାଇଣ୍ଡ ରାଜ କୁମାର ବେହେରା ଗୁରୁବାର କୋର୍ଟରେ ଆତ୍ମ ସମର୍ପଣ କରିଥିଲା । ପରେ ରାଜର ପୁରା ପରିବାରକୁ ଗିରଫ କରିଛି କମିସନରେଟ ପୋଲିସ। ଯେଉଥିରେ ଅଛନ୍ତି ରାଜର ବାପା ଦିଲିପ ବେହେରା, ମା ସସ୍ମିତା ବହେରା ଓ ୭୨ ବର୍ଷୀୟ ଜେଜେ ବଳରାମ ବେହେରା।

ଏଥିସହ ରାଜକୁ ପୂରୀରେ ଲୁଚାଇ ରଖିଥିବା ରଶ୍ମିରଞ୍ଜନ ବାରିକ ଓ କୈଳାସ ବାରିକ ସମେତ ମୋଟ ୫ଜଣଙ୍କୁ ଗିରଫ କରିଛି । ହେଲେ ଘଟଣା ଘଟାଇଥିବା ଦୁଇ ହତ୍ୟାକାରୀ ଅର୍ଥାତ ସୂପାରି କିଲର ଏବେବି ଅଛନ୍ତି ଫେରାର। ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। 5 ଅଭିଯୁକ୍ତ ଗିରଫ ହେବା ଏବଂ ରାଜା କୋଟରେ ଆତ୍ମସମର୍ପଣ କରିବା ପଛରେ ଜୋନ ଏସିପି ବିଷ୍ଣୁ ପାତ୍ରଙ୍କ ହାତ ରହିଛି। ହତ୍ୟା ଅରେ ଏସିପି ଗୋଟିଏ ଦିନ ଶାନ୍ତିରେ ଶୋଇ ପାରି ନାହାନ୍ତି। ହତ୍ୟା କାରୀଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ହେଲେ ଅଭିଯୋଗ ଫେରାର ଥିଲେ। ପୋଲିସ କେବଳ ବଳରାମ ମିଠା ଦୋକାନି ଏବଂ ପରିବାରର ଅନ୍ୟ ସଦସ୍ୟ ଥାନାକୁ ଉଠେଇ ଆନି ପଚରା ଉଚରା କରିଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଏକ ନାଟକ କରିଥିଲେ।ଦିଲୁ ଏବଂ ତାଙ୍କ ପରିବାର ଆଗରେ ଏନକାଉଣ୍ଟର କରିବା ପାଇଁ କଥା ହେଲେ। ଏହି କଥା ଲିକ କରିଥିଲେ ଦିଲୁ। ଦିଲୁ କଥା ଶୁଣି ତାଙ୍କ ପୁଅ ରାଜା କୋଟରେ ଆତ୍ମସମର୍ପଣ । ତେଣୁ କହିବାକୁ ଗଲେ ଏସିପିଙ୍କ ଆକ୍ସନମୁଡ଼କୁ ଆସିବା ଦେଖି ଏଭଳି ସରେଣ୍ଡର କରିଥିଲେ। ଶେଷରେ ଏହି ମାମଲା ପାଇଁ ଏସିପି ବିଷ୍ଣୁ ପାତ୍ରଙ୍କୁ ସିପି ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *