ରାଜଧାନୀରେ ପେଟ୍ରୋଲ ପମ୍ପ ବିସ୍ଫୋରଣ,୫ ଗୁରୁତର,ଆହତଙ୍କୁ ମାଗଣାରେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର:-ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଯୋଗୁଁ ୫ଜଣ ଗୁରୁତର ହୋଇଛନ୍ତି । ୩ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।ପେଟ୍ରୋଲ ପମ୍ପ୍ ଅଗ୍ନିକାଣ୍ଡରେ ଆହତଙ୍କୁ ମାଗଣାରେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପେଟ୍ରୋଲ ପମ୍ପ୍ ରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧିନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ହୁତ ହୁତ ହୋଇ ନିଆଁ ଜଳୁଥିଲା । ଟାଙ୍କିରେ କୌଣସି କାରଣରୁ ନିଆଁ ଲାଗି ଭୟଙ୍କର ଭାବେ ବିସ୍ଫୋରଣ ହୋଇଥିଲା । ଆଉ ହୁତ ହୁତ ହୋଇ ଆକାଶ ଉଚ୍ଚାରେ ଉଠିଥିଲା ନିଆଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା ।

ଲୋକେ ଭୟରେ ଏଣେତେଣେ ଦୌଡିବାରେ ଲାଗିଥିଲେ । ଗାଡିରେ ତେଲ ପକାଇବାକୁ ଆସିଥିବା ଲୋକେ ନିଜ ଗାଡିକୁ ଫିଙ୍ଗି ଭୟରେ ଜୀବନ ବଞ୍ଚାଇବାକୁ ବିକଳରେ ଦୌଡିଥିଲେ । ପେଟ୍ରୋଲ ପମ୍ପ ନିକଟରେ ବହୁ ସଂଖ୍ୟାରେ ଗାଡି ଭାଙ୍ଗିରୁଜି ପଡିଥିଲା । ଏପରିକି ଆଖପାଖର ଘରଦ୍ବାର ସବୁ ଥରି ଉଠିଥିଲା । ଘଟଣାସ୍ଥଳରେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ, ଡିସିପି ଉମାଶଙ୍କର ଦାସ ପ୍ରମୁଖ ପହଞ୍ଚିଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଛି ବୋଲି ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ।

ବିସ୍ଫୋରଣର ୧୦ ବଡ ଖବର
୧. ରାଜଭବନ ନିକଟ ପେଟ୍ରୋଲ ପମ୍ପ ଏଲପିଜି ଟାଙ୍କି ଫାଟିଲା
୨. ବିସ୍ଫୋରଣରେ ୧୦ରୁ ଅଧିକ ଲୋକ ଆହତ
୩. ଆହତଙ୍କୁ ମାଗଣା ଚିକିତ୍ସା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

୪. ସନ୍ଧ୍ୟା ଯାଏଁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ
୫. ରାଜଭବନର ୨ କିମି ମଧ୍ୟରେ ଥିବା ଲୋକଙ୍କ ପାଇଁ ପରାମର୍ଶ
୬. ଘରେ ରୋଷେଇ ଗ୍ୟାସର ବ୍ୟବହାର ନ କରିବାକୁ ପରାମର୍ଶ
୭. ଗ୍ୟାସ୍ ଅନଲୋଡିଂ ବେଳେ ନିଆଁ ଲାଗିଛି : ଅଗ୍ନିଶମ ଅଧିକାରୀ
୮. ଏଜି ଛକରୁ ରାଜଭବନ ଛକ, ରାଜଭବନ ଛକରୁ ଗୋପବନ୍ଧୁ ଛକ ସିଲ୍
୯. ପାୱାର ହାଉସ ଛକରୁ ରାଜଭବନ ଛକ ସିଲ୍ କଲା କମିଶନରେଟ ପୋଲିସ
୧୦. ଘଟଣାସ୍ଥଳରେ ଫରେନ୍ସିକ ଟିମର ଯାଞ୍ଚ

Leave a Reply

Your email address will not be published. Required fields are marked *