ମହିଳା ଆଇନିଜୀବୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର:-ରାଜଧାନୀରେ ଆଇନିଶୃଙ୍ଖଳା  ବିଗିଡିବାରେ ଲାଗିଲାଣି। କେଉଁଠି ବ୍ୟାଙ୍କ ଲୁଟ ହେଲାଣି ତ ଆଉ କେଉଁଠି ବିଚ ରାସ୍ତାରେ ଦୃବୁତ୍ତମାନେ ଲୋକଙ୍କୁ ଗୋଡ଼ାଇ ହାଣୀ ହତ୍ୟା କରୁଛନ୍ତି। ଏହିଭଳି ମଙ୍ଗଳବାର ପୁଣି ଜଣେ ଆଇନିଜୀବୀଙ୍କୁ ଲଷ୍ମୀସାଗର ଥାନା ଜୟଦୃଗା ନଗରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଆଇନିଜୀବୀ ହେଲେ ଦୀପ୍ତିମୟୀ ପଣ୍ଡା। ସେ ଏନେଇ ଥାନାରେ ନ୍ୟାୟ ପାଇଁ ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିଛି।

ସୂଚନାଯୋଗ୍ୟ, ଦୀପ୍ତିମୟୀ ଭୁବନେଶ୍ୱର ବାରରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ବମୀଖାଲ ଜୟଦୃଗା ନଗରରେ ଏକ ଜାଗା ଅଛି। ସେ ମଙ୍ଗଳବାର ଉକ୍ତ ଜାଗାରେ ପାଚେରୀ କରିବା ସମୟରେ ଉକ୍ତ ଅଞ୍ଚଳର କିଛି ଲୋକ ତାଙ୍କୁ ଲୁହାରଡ଼, କାଠ ଫାଳିଆରେ ଆକ୍ରମଣ କରିଥିଲେ। ଦୀପ୍ତିମୟୀ ବେହୋସ ହେବାପରେ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ସ୍ବାମୀ ଜୀଵନ ବକଳରେ ପୋଲିସକୁ ଫୋନ କରିଥିଲେ। ଖବର ପାଇ ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୋଲିସ ଦୀପ୍ତିମୟୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଏନେଇ ଦୀପ୍ତିମୟୀ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *