ବଦନାମ ଗଳିରେ କମିଶନରେଟ ପୋଲିସ, ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ଫସିଗଲେ ଥାନା ଅଧିକାରୀ, ମାମଲା ରଫାଦଫା ପାଇଁ ଚାଲିଛି ବଡ଼ ଡିଲ !
ରିପୋର୍ଟର:-ଚନ୍ଦନ ଜେନା
ଭୁବନେଶ୍ୱର:-ଆମେ ନିରପେକ୍ଷ ଗଣମାଧ୍ୟମ ଭାବେ ସର୍ବ ପ୍ରଥମ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ କଳାକାରନାମା ପଦାକୁ ଆଣିଥିଲୁ। ଆମର ଖବର ପ୍ରକାଶ ପରେ କମିଶନରେଟ ପୋଲିସରେ ହରକଁମ୍ପ ହୋଇଥିଲା। ଏହାପରେ ସିପି ତରଵରିଆ ଭାବେ ଥାନାଧୀକାରୀଙ୍କୁ ତାଙ୍କ ପଦରୁ ଅପସାରଣ କରି ଦେବା ପରେ ଜଣେ ଅତିରିକ୍ତ ଡିସିପିଙ୍କୁ ତଦନ୍ତ ଦାଇତ୍ୱ ଦେଇଥିଲେ।
କିନ୍ତୁ ଆମ ଟିମ ତଦନ୍ତ କରିବା ପରେ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ରାସଲିଳା ବିଷୟରେ ପ୍ରମାଣ ପାଇଲୁ। ଥାନାଅଧିକାରୀ କେବଳ ଚାନ୍ଦା ଆଦାୟ ଏବଂ ଚୋରା ଗାଡି ଚଢିବାରେ ଲିପ୍ତ ନଥିଲେ, ସେ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ଏପରିକି କେବଳ ଏଥିରେ ଥାନା ଅଧିକାରୀ ସଂପୂକ୍ତ ନାହାନ୍ତି।, ତାଙ୍କୁ ସାହାଯ୍ୟ କରିବାକୁ ଯାଇ ମଞ୍ଚେଶ୍ୱର ଥାନାର ଜଣେ ବାହୁବଳୀ ପୋଲିସ ବାବୁ ଏବଂ ବାଲିପାଟଣା ଥାନା ଅଧୀନ ଏକ ଫାଣ୍ଡି ଅଧିକାରୀ ମଧ୍ୟ ହରଡ଼ ଘଣାରେ ପଡିଛନ୍ତି। ମାମଲା ରଫାଦଫା କରିବା ଲାଗି ଥାନା ଅଧିକାରୀ ଦୁଇ ଏସଆଇଙ୍କୁ ମୋହରା କରିଥିଲେ। ଏହି ଦୁଇ ଅଧିକାରୀ ଯୁବତୀ ରହୁଥିବା ଘରକୁ ଯାଇ ମାମଲା ସମାଧାନ କରିବାକୁ ଧମକ ଦେଇଥିଲେ। ଏପରିକି ଯୁବତୀଙ୍କୁ ଅର୍ଥର ଲୋଭ ଦେଖାଇଥିଲେ। ଯୁବତୀ ରାଜି ନ ହେବାରୁ ତାଙ୍କ ଘରେ ପଶି ବାହୁବଳୀ ପୋଲିସ ଏବଂ ଅନ୍ୟମାନେ ଭଙ୍ଗାରୁଜା କରିଥିଲେ। ଏପରିକି ମାମଲା କରିବାକୁ ଥାନାକୁ ଗଲେ ଦେଖିନେବୁ, ତୁ କେଉଁଠି ଅଭିଯୋଗ କରିବୁ ଦେଖିବା ବୋଲି କହିଥିଲେ। ଯୁଆଡେ ଯିବୁ କେହି ତୁମ କଥା ଶୁଣିବେ ନାହିଁବୋଲି ଧମକ ଦେଇଥିଲେ। ଶେଷରେ ଯୁବତୀ କିଛି ବାଟ ନ ପାଇ ଡିସିପି ଏବଂ ସିପିଙ୍କ ନିକଟରେ ଅଭିଯୋଗ କରିଥିଲେ।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯୁବତୀଙ୍କ ଘର vss ନଗର ହୋଇଥିବା ବେଳେ ସେ ସହୀଦନଗର ଥାନା ଅଞ୍ଚଳରେ ଥିବା ଏକ ବିଶ୍ୱବିଦ୍ୟାଳୟରେ ପିଜି କରୁଥିଲେ। ଯୁବତୀ କୌଣସି ଏକ ମାମଲାକୁ ନେଇ ସେ ଥାନାକୁ ଆସିଥିଲେ। ଏହି ସମୟରେ ଥାନା ଅଧିକାରୀଙ୍କ ସହ ଭେଟ ହେବା ପରେ ଯୁବତୀଙ୍କ ଫୋନ ନମ୍ବର ଥାନାଅଧିକାରୀ ନେଇଥିଲେ। ତାହା ପରେ ବିଭିନ୍ନ ଆଲ ଦେଖାଇ ଯୁବତୀଙ୍କୁ ଥାନା ପଛରେ ଥିବା ରୁମକୁ ଅଧିକାରୀ ଡାକୁଥିଲେ। ଏପରିକି ଯୁବତୀ ରହୁଥିବା ଘରକୁ ମଧ୍ୟ ଥାନା ଅଧିକାରୀ ବାରମ୍ବାର ଯାଉଥିଲେ। ଏହିଭଳି ବାରମ୍ବାର ଅଧିକାରୀ ଡାକି ଯୁବତୀଙ୍କ ସହ ଶାରୀରିକ ସମ୍ପକ ରଖୁଥିଲେ। ଯୁବତୀ ଜଣଙ୍କ ଏହାକୁ ବିରୋଧ କରିଥିଲେ ମଧ୍ୟ ଥାନା ଅଧିକାରୀ କିଛି ଶୁଣୁନଥିଲେ। ବରଂ ମିଛ ମାମଲାରେ ଫସେଇ ଦେବାକୁ ଧମକ ଦେଉଥିଲେ।ଏହିପରି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ବାରମ୍ବାର ଯୌନ ଶୋଷଣ କରୁଥିଲେ। ଯୁବତୀ ଥାନା ଅଧିକାରୀଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ। କିନ୍ତୁ ଥାନା ଅଧିକାରୀ ବିବାହ କରିଥିବାରୁ ସେ ରାଜି ହୋଇନଥିଲେ।ତେଣୁ ସେ ଯୁବତୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଡରେଇ ରଖୁଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ଥାନା ଅଧିକାରୀଙ୍କୁ କରୋନା ହୋଇଯିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଉଥିଲେ। କିନ୍ତୁ ଯୁବତୀ ଜନଙ୍କ ଥାନା ଅଧିକାରୀଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ଉଠାଇନଥିଲେ। ଶେଷରେ ଯୁବତୀ ଜଣଙ୍କ ଏନେଇ ଡ଼ିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଏହା ଜାଣି ପାରିଥିଲେ। ସେ କୋଭିଡରୁ ସୁସ୍ଥ ହୋଇଥିଲେ ମଧ୍ୟ ଜାଣିଶୁଣି ଅସୁସ୍ଥ ହେବା ଡ୍ରାମା କରିଥିଲେ। ହେଲେ ଶେଷରେ ଥାନାଅଧିକାରୀ ଗତ ଗୁରୁବାର ଥାନାରେ ଯୋଗ ଦେଇଥିଲେ। ଅଧିକାରୀ ଥାନାରେ ପାଦ ଦେବା ପରେ ସିପି ତାଙ୍କୁ କମିଶନରେଟ ପୋଲିସ ମୁଖ୍ୟାଳୟକୁ ଡାକିଥିଲେ। ତାଙ୍କୁ ଏହି ବିଷୟରେ ସିପି ପଚାରିଥିଲେ। ହେଲେ ଅଧିକାରୀ କିଛି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ଏହି ଅଭିଯୋଗର ସତ୍ୟାସତ ଜାଣିବା ପରେ ସିପି ତାଙ୍କୁ ଥାନାରୁ ବିଦା କରି ଦେଇଥିଲେ।
ଏହି ମାମଲାକୁ ଗୁରୁତର ନେବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିସିପି ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ 7 ଦିନ ବିତି ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଶେଷରେ ଯୁବତୀ ଜଣଙ୍କ ଗଣମାଧ୍ୟମ ଆଗକୁ ଆସି ସବୁ କଥା କହିବେ ବୋଲି ଭାବିଥିଲେ। କିନ୍ତୁ ତାହା ପୂର୍ବରୁ ପୋଲିସ ତାଙ୍କୁ ଆପୋଷ ସମାଧାନ କରିବା ପାଇଁ ଡାକି ବଡ଼ ଡିଲ କରିଥିଲେ। ହଲେ ଯୁବତୀ ଏହି ଡିଲରେ ରାଜି ହୋଇନଥିଲେ। ଏନେଇ ସେ ଅଭିଯୋଗ କରିବାକୁ ମହିଳା ଥାନାକୁ ଯାଇଥିଲେ। କିନ୍ତୁ ସେଠାରେ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିବାରୁ ଥାନା ଅଧିକାରୀ ନଥିବା କହି ତାଙ୍କୁ ବିଦା କରି ଦେଇଥିଲେ। ଏହା ପରେ ଯୁବତୀ ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ହେଲେ ଏନେଇ ପୋଲିସର ଵରିଷ୍ଠ ଅଧିକାରୀ କିଛବି ପାଟି ଖୋଲୁ ନାହାଁନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ କ୍ୟାପିଟାଲ ଥାନାର si ଜଣେ ଯୁବତୀଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ବଳାତ୍କାର କରିଥିଲେ। ସେହିପରି କୋଭିଡ କଣ୍ଟ୍ରୋଲ ରୁମରେ ଥିବା ଜଣେ ପୋଲିସ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ମହିଳା ଥାନରୁ ଗିରଫ ହୋଇଥିଲେ। କେବଳ ଏହି ଦୁଇ ଜଣ ନୁହେଁ କମିଶନରେଟ ପୋଲିସର 14ରୁ ଅଧିକ ଅଫିସର ବଳାତ୍କାର ମାମଲାରେ ଗିରଫ ହୋଇଛନ୍ତି।