ଓଡ଼ିଶାର ୩୦ଜିଲ୍ଲାରୁ ୨୬୭୩ ଜଣ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ହଜାର ଡେଇଁଲା
ଭୁବନେଶ୍ୱର :-କରୋନା ମହାମାରୀ ରାଜ୍ୟରେ ହୁ ହୁ ହୋଇ କାୟା ମେଲାଇ ଚାଲିଛି । ଦୈନିକ ସଂକ୍ରମଣ ଉପରେ ଧିରେ ଧିରେ ବ୍ରେକ୍ ଲାଗିବାରେ ଲାଗିଛି । ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୬୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୫୪ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୧୧୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୦୦୩ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ଓଡିଶାର ୩୦ଟି ଜିଲ୍ଲାରୁ ୨୬୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪୪୮ ଜଣ, କଟକରୁ ୨୧୪ ଜଣ,ନୂଆପଡ଼ାରୁ ୧୫୯ ଜଣ, କେନ୍ଦ୍ରାପଡ଼ାରୁ ୧୫୧ ଜଣ, ଅନୁଗୁଳରୁ ୧୨୬ ଜଣ, ପୁରୀରୁ ୧୨୪ ଜଣ,ମୟୂରଭଞ୍ଜରୁ ୧୦୦ ଜଣ, ଭଦ୍ରକରୁ ୯୭ ଜଣ, ବଲାଙ୍ଗୀରରୁ ୯୩ ଜଣ,ଯାଜପୁର ଓ ସୁନ୍ଦରଗଡ଼ରୁ ୮୮ ଜଣ ଲେଖାଏଁ, କଳାହାଣ୍ଡିରୁ ୭୭ ଜଣ,ସମ୍ବଲପୁରରୁ ୭୩ ଜଣ, ନବରଙ୍ଗପୁରରୁ ୭୨ ଜଣ, ସୋନପୁରରୁ ୬୯ ଜଣ, ବରଗଡ଼, ଜଗତସିଂହପୁର ଓ ଝାରସୁଗୁଡା ୬୮ ଜଣ ଲେଖାଏଁ,କେନ୍ଦୁଝରରୁ ୫୧ ଜଣ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୪୪ ଜଣ ଲେଖାଏଁ, କୋରାପୁଟରୁ ୩୯ ଜଣ, ଢ଼େଙ୍କାନାଳରୁ ୩୬ ଜଣ,ନୟାଗଡ଼ରୁ ୩୫ ଜଣ, ମାଲକାନଗିରିରୁ ୩୨ ଜଣ, ଦେବଗଡ଼ରୁ ୧୮ ଜଣ, ବୌଦ୍ଧରୁ ୧୩ ଜଣ, ରାୟଗଡ଼ାରୁ ୧୧ ଜଣ ଗଜପତିରୁ ୧୧ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୩୮ ହଜାର ୦୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୦ ହଜାର ୬୧୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୦୬ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୩୫ ଲକ୍ଷ ୨୪ ହଜାର ୨୪୨ ସାମ୍ପୁଲ ଟେଷ୍ଟ୍ ହୋଇଛି।