କୋଇଲା ଦୁର୍ନୀତିରେ ପ୍ରଥମ ମନ୍ତ୍ରୀ ଭାବେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ, ଆସନ୍ତା ୧୪ରେ ଦଣ୍ଡାଦେଶ ଶୁଣାଣି
ଭୁବନେଶ୍ବର:- ପୂର୍ବତନ କୋଇଲା ମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ। କୋଇଲା ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ। କୋଇଲା ଦୁର୍ନୀତିରେ ପ୍ରଥମ ମନ୍ତ୍ରୀ ଭାବେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ୧୪ରେ ଦଣ୍ଡାଦେଶ ଉପରେ ଶୁଣାଣି ହେବ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାରରେ ମନ୍ତ୍ରୀ ଥିବା ଦିଲୀପ ରାୟଙ୍କୁ ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦିଲୀପଙ୍କ ଉପରେ ୧୯୯୯ରେ କୋଇଲା ବ୍ଲକ୍ ଆବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ତେବେ ଯେତେବେଳେ କୋଇଲାକୁ ନେଇ ଚାରିଆଡ଼େ ହଟଚମଟ ଚାଲିଛି ସେତେବେଳେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଥମ ମନ୍ତ୍ରୀ ଭାବେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।