ବ୍ୟବସାୟୀଙ୍କଠାରୁ ୫ଲକ୍ଷ ଟଙ୍କା ଝାମ୍ପିନେଲେ ଦୁଇ ଦୁର୍ବୃତ୍ତ
ବଲାଙ୍ଗୀର:- ବଲାଙ୍ଗୀରରେ ବ୍ୟାଙ୍କ ସମ୍ମୁଖରୁ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ସହର କଲେଜ ଛକ ସ୍ଥିତ ବ୍ୟାଙ୍କ ସାମ୍ନାରେ ।
ଟିକ୍ରାପଡାର ବ୍ୟବସାୟୀ ସଂଜୟ ଶତପଥୀ ନିଜେ ୩ ଲକ୍ଷ ଟଙ୍କା ରଖିଥିବା ବେଳେ ଆଉ ଦୁଇ ଲକ୍ଷ ଟଙ୍କା କଲେଜ ଛକ ନିକଟରେ ଥିବା ବ୍ୟାଙ୍କରୁ ଉଠାଇଥିଲେ । ଏକ ବ୍ୟାଗରେ ୫ ଲକ୍ଷ ଟଙ୍କା ଧରି ବ୍ୟାଙ୍କରୁ ବାହାରୁଥିବା ସମୟରେ ହଠାତ୍ ଦୁଇ ଜଣ ଯୁବକ ଏକ ପଲସର ବାଇକରେ ଆସି ବ୍ୟାଗ୍ ଛଡାଇ ନେଇ ଛୁ ମାରିଥିଲେ । ଜଣେ ଲୁଟେରା ମୁଣ୍ଡରେ ହେଲମେଟ୍ ପିନ୍ଧିଥିବା ବେଳେ ଜଣେ ଖୋଲା ମୁହଁରେ ଥିଲା । ପଛ ପଟେ ବସିଥିବା ବ୍ୟକ୍ତି ହଠାତ୍ ବ୍ୟାଗ୍ ଛଡାଇ ନେଇଥିଲା ।
ଅଭିଯୋଗ ପାଇବା ପରେ ଟାଉନ୍ ପୋଲିସର ଏକ ଟିମ୍ ଲୁଟର ଶିକାର ବ୍ୟବସାୟୀଙ୍କୁ ସାଥିରେ ଧରି ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ ମଧ୍ୟ ଫେରାର ମାରିଥିଲେ ଲୁଟେରା । ଟାଉନ୍ ପୋଲିସ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।