ମହାରଥୀ ଜଣେ ବାସ୍ତବ ଜନନେତା ଥିଲେ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:-ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ମହାରଥୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଜଣେ ନିଷ୍ଠାବାନ ଓ ବରିଷ୍ଠ ନେତାଙ୍କୁ ହରାଇଛି । ବିଜୁ ବାବୁଙ୍କ ଦୀର୍ଘ ଦିନର ସହଯୋଗୀ ଥିଲେ ମହାରଥୀ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ତଥା ବିଜେଡିର ଜଣେ ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଶନିବାର ମଧ୍ୟରାତ୍ରି ପ୍ରାୟ ୨ଟା ୩୮ମିନିଟ୍ ବେଳକୁ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।

Leave a Reply

Your email address will not be published. Required fields are marked *