୮ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ:-ବିରାଟ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୮ ୱିକେଟରେ ବିଜୟୀ ହୋଇଛି ବାଙ୍ଗାଲୋର ଟିମ୍ । ଫଳରେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ପରାଜୟର ଶିକାର ହୋଇଛି । ଏହି ବିଜୟ ସହ ଏବେ ବାଙ୍ଗାଲୋର ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପକ୍ଷରୁ ଟପ ଅର୍ଡର ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ହେଲେ ମାହିପାଲ ଲୋମରୋର ୪୭ ଓ ରାହୁଲ ତେୱତିଆ ୨୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୪ ରନ କରିଥିଲା ।ପରେ ବାଙ୍ଗାଲୋର ୧୫୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା । ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ୬୩ ଓ ବାରଟ କୋହଲି ୭୨ ରନ କରିଥିଲେ । ଫଳରେ ଦଳ ୨ ୱିକେଟ ହରାଇ ବିଜୟ ହାସଲ କରିଥିଲା ।

Leave a Reply

Your email address will not be published. Required fields are marked *