ମହାରଥୀଙ୍କର ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଆରୋଗ୍ୟ କାମନା କରିଛନ୍ତି । ପିପିଲି ବିଧାୟକ କରୋନା ସଂକ୍ରମିତ ହେବାପରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ମହାରଥୀ ଆରୋଗ୍ୟ ହେବା ପାଇଁ କାମନା କରିଛନ୍ତି ।
ସୂଚନାଯୋଗ୍ୟ ଗତ ମାସରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ସେ ସୋସିଆଲ ମିଡିଆରେ ଜଣାଇଥିଲେ ।