ଗାଁର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା: ସାଇକେଲ କାନ୍ଧରେ ଧରି ଯିବା-ଆସିବା କରୁଛନ୍ତି ଗାଁ ଲୋକେ

ନୀଳଗିରି:– ନୀଳଗିରି ବ୍ଲକ ଅଧିନ ଆରବନ୍ଦ ପଂଚାୟତର ଏଭଳି ଏକ ଗାଁ ଯେଉଁଠାରେ ରାସ୍ତାର ଅବସ୍ଥା ନ କହିଲେ ଭଲ । ବର୍ଷାଦିନେ ଏହି ରାସ୍ତାରେ ମଣିଷ ଚାଲିକରି ଯିବା ବି କଷ୍ଟକର । ବର୍ଷା ଦିନେ ଲୋକଙ୍କୁ କାନ୍ଧରେ ସାଇକେଲ୍‌ ଟେକି କରି ନେବାକୁ ପଡେ । ଗୁରୁତର ପାଇଁ ଗାଁକୁ ଆମ୍ବୁଲାନ୍ସ ଆସି ପାରେ ନାହିଁ ।

ଏହି କାରଣରୁ ଗାଁର ଲୋକ ନାହିଁ ନଥିବା ଅସୁବିଧାରେ ପଡନ୍ତି । ନୀଳଗିରି ବ୍ଲକ ଅଧିନ ଆରବନ୍ଦ ପଂଚାୟତରେ ବରମପୁରରୁ ଉଦଳାକୁ ସଂଯୋଗ କରିଥିବା ରାସ୍ତାରେ ମାଟି ପଡ଼ିଥିବାରୁ କାଦୁଅ ହୋଇ ମରଣ ଯନ୍ତା ପାଲଟିଛି। ଏହି ରାସ୍ତା ବାରଣାସୀ ଓ ଦରସାହି ଗାଁକୁ ଯାଇଥିବା ବେଳେ ଶତାଧିକ ପରିବାର ଯିବା ଆସିବାରେ ହଇରାଣ ହେଉଛନ୍ତି।

ଚାରିଚକିଆ ଯାନ ଯିବାତ ଦୂରର କଥା ଚାଲି ଚାଲି ଯିବା କଷ୍ଟ ହୋଇପଡିଛି । ୧୦୨ କିମ୍ବା ୧୦୮ ଆମ୍ବଲାନ୍ସ ଆସିପାରୁନଥିବା ବେଳେ ରୋଗୀ ଓ ଗର୍ଭବତୀ ମହିଳା ଚିକିତ୍ସା ସେବାପାଇଁ ଅସୁପାରୁ ନଥିବା ଅଭିଯୋଗ ଉଠିଛି । ଏନଆରଇଜିଏ ଯୋଜନାରେ ହୋଇଥିବା ଏହି ରାସ୍ତାକୁ ଅଧା ପନ୍ତରିଆ ଭାବେ ମୋରମ ନପକାଇ ଛାଡି ଦେଇଛନ୍ତି । ବର୍ଷା ହେବାପରେ ରାସ୍ତାର ଦୁର୍ଦ୍ଦଶା ହୋଇଥିବା ଅଭିଯୋଗ ହେଉଛି । ଖୁବଶୀଘ୍ର ପ୍ରଶାସନ ତରଫରୁ ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଏହି ଅଞ୍ଚଳ ବାସି ଦାବି କରିଛନ୍ତି । ତେବେ ଏ ନେଇ ଆରବନ୍ଦ ସରପଞ୍ଚ ତନୁଜା ଶ୍ରୀ ନାଏକ ଙ୍କ ମତାମତ ନେବାରୁ ରାସ୍ତା କାମ ପରେ ପରେ ବର୍ଷା ଲାଗିରହିବାରୁ ମୋରମ ପଡିପାରିନାହିଁ ,ବର୍ଷା କମିଲେ ଖୁବ ଶୀଘ୍ର କାମ ପୂରଣ ହେବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *