ହାଥରସ ମାମଲା: ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ:-ହାଥରସ ମାମଲାକୁ ନେଇ ଜାରି ରହିଛି କଂଗ୍ରେସର ହଟ୍ଟଗୋଳ। ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଆଜି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଯାଉଥିବା ବେଳେ ଯମୁନା ଏକ୍ସପ୍ରେସ ବାଟରେ ସେମାନଙ୍କ ଗାଡ଼ିକୁ ଅଟକାଇଲା ପୋଲିସ୍। କଂଗ୍ରେସ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଗ୍ରେଟର ନୋଏଡା ପୋଲିସ୍ ଅଟକାଇ ଦେବାରୁ ପ୍ରିୟଙ୍କା ଓ ରାହୁଲ ଏବେ ଚାଲି ଚାଲି ପୀଡ଼ିତାଙ୍କ ଘର ଅଭିମୁଖେ ଯାଉଥିଲେ । ଏହାରି ଭିତରେ ୟୁପି ପୋଲିସ ଓ କଂଗ୍ରେସକର୍ମୀଙ୍କ ମଧ୍ୟରେ ଝଗଡ଼ା ହେବା ସହ ହାତାହାତି ମଧ୍ୟ ହୋଇଛନ୍ତି। ଠେଲାପେଲା ହେବା ବେଳେ ରାହୁଲ ତଳେ ମଧ୍ୟ ପଡ଼ିଯାଇଛନ୍ତି।ତାଙ୍କ ହାତରେ ଆଘାତ ଲାଗିଛି। ୟାରି ଭିତରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କରିଛି ପୋଲିସ।
ତେବେ ଯେଉଁଠାରୁ ସେମାନଙ୍କୁ ଅଟକାଇ ଦିଆଯାଇଛି ସେଠାରୁ ହାଥରସ ୧୪୨ କିମି କିଲୋମିଟର। ସେଠାରେ ଧାରା ୧୪୪ ଲାଗୁ କରାଯାଇଛି। ଏହାର ପ୍ରଭାବ ଅକ୍ଟୋବର ୩୧ ପର୍ଯ୍ୟନ୍ତ ରହିବ। ଏହା ସହ ଜିଲ୍ଲାର ସମସ୍ତ ସୀମାକୁ ମଧ୍ୟ ସିଲ୍ କରିଦିଆଯାଇଛି।
ରାସ୍ତାରେ ଚାଲି ଚାଲି ଯାଉଥିବା କଂଗ୍ରେସ ନେତା ଏହାରି ଭିତରେ ବଡ଼ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ପୋଲିସ ତାଙ୍କ ଉପରେ ଲାଠି ଚାର୍ଜ କରିଛି। ଅର୍ଥାତ୍ ତାଙ୍କୁ ପିଟିଛି। ସେ ଏବେ ପଚାରିଛନ୍ତି- ‘‘ଦେଶରେ କ’ଣ ମୋଦି ଜୀ କେବଳ ଚାଲିକି ଯିବେ। ସାଧାରଣ ଜନତା କ’ଣ ପାଇଁ ନୁହେଁ। ଆମ ଗାଡିକୁ ଅଟକାଇ ଦିଆଗଲା। ଏଣୁ ଆମେ ଚାଲି ଚାଲି ଯାଉଛୁ।’’
ତେବେ ୟୁପି ସରକାରଙ୍କ ପ୍ରବକ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ କହିଛନ୍ତି – ‘ଏ ଭାଇଭଉଣୀଙ୍କୁ ରାଜସ୍ଥାନ ଯିବାର ଥିଲା। କାରଣ ସେଠାରେ ଏଭଳି ଜଘନ୍ୟ ଅପରାଧ ହୋଇଥାଏ। ମାତ୍ର କଂଗ୍ରେସ ଏହାକୁ ନେଇ ଖରାପ ରାଜନୀତି ଚାଳଇଛି।’’