ମୌସୁମୀ ଅଧିବେଶନ ଆରମ୍ଭ : ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପନ କଲେ ସରକାର,

ଭୁବନେଶ୍ୱର:–କୋଭିଡ କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ସାମାଜିକ ଦୂରତା ଓ ମାସ୍କ ଓ ପରିଧାନ ସହ କୋଭିଡ ସଚେତନତା ସହ ଗୃହକୁ ଆସିଥିଲେ ସଦସ୍ୟ । ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ସେନା ଅଧିକାରୀଙ୍କ  ବିୟୋଗରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହକୁ ଅପରାହ୍ନ ୩ ଟାଯାଏ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଅପରାହ୍ନ ୩ଟାରେ ପୁଣି ଗୃହ ଆରମ୍ଭ ହୋଇଥିଲା । ତେବେ ସରକାର ଆଣିଥିବା ୭ ଟି ବିଲ ଉପସ୍ଥାପିତ ହୋଇଥିଲା ।ତେବେ ଆସିଥିବା ୟୁନିଭର୍ସିଟି ଆମେଣ୍ଡମେଣ୍ଡ ବିଲ୍‌କୁ ନେଇ ପ୍ରବଳ ବିରୋଧ କରିଥିଲେ ବିରୋଧୀ ।

କୋଭିଡ କଟକଣାରେ ଆରମ୍ଭ ହେଲା ବିଧାନସଭା ମୈସୁମୀ ଅଧିବେଶନ । ଆଉ ପ୍ରଥମ ଦିନରୁ ହିଁ ଗୃହରେ ଦେଖିବାକୁ ମିଳିଥିଲା ତାତି ।  ଅପରାହ୍ନରେ ସରକାର ୭ଟି ବିଲ ଉପସ୍ଥାପନ କରିଥିଲେ । ତେବେ ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ କୁ ନେଇ କମ୍ପିଥିଲା ଗୃହ । ଏହି ବିଲ୍‌କୁ ପ୍ରବଳ ବିରୋଧ କରିଥିଲେ ବିରୋଧୀ । ଚିରା ଯାଇଥିଲା ବିଲ୍ । କରୋନା ସମୟରେ ଅତି ତରବରିଆ ଭାବେ କାହିଁକି ସରକାର ଏହି ବିଲ୍ ପାରିତ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଏହି ବିଲ୍ ଆସିଲେ ବିଶ୍ବବିଦ୍ୟାଳୟର autonomy ରହିବ ନାହିଁ। ବିଲ୍‌ ଆଣିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । ଏହି ବିଲ୍‌କୁ କଳା ବିଲ୍‌ ବୋଲି କହିବା ସହ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ବିଲ୍‌ କପିକୁ ଗୃହରେ ଚିରିଥିଲେ । ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ନେତା । ଏହାର ଜବାବରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଥିଲେ ରାଜ୍ୟର ନିଜସ୍ବ ଆଇନ ଅନୁସାରେ ବିଶ୍ବବିଦ୍ୟାଳୟଗୁଡିକ ଚାଲୁଛି । ବିଲ୍‌ ଆଲୋଚନା ସମୟରେ ସମସ୍ତ ପ୍ରକାର ତଥ୍ୟ ଉପସ୍ଥାପନ କରାଯିବ । ସେହିଭଳି ବିରୋଧୀ ବି କୋଭିଡ୍ ଅନିୟମିତତା କଥା ଉଠାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ।

ପ୍ରଥମ ଦିନରେ ବିଧାନସଭାରେ କୋଭିଡ୍ କଟକଣା ଅନୁସାରେ ବିଧାୟକ ଓ ମନ୍ତ୍ରୀମାନେ ଗୃହରେ ପ୍ରବେଶ କରିଥିଲେ । ବିଧାୟକଙ୍କ ହାତରେ ଥିଲା ଗ୍ଲୋବସ, ମୁହଁରେ ମାକ୍ସ ଓ ସାମାଜିକ ଦୂରତାରେ ସିଟିଂ ଆରେଞ୍ଜମେଣ୍ଟ । ସିଟ୍‌ ଆଗରେ ଲାଗିଥିଲା କାଚ ପାଟିସନ । କୋଭିଡ କଟକଣା ପାଇଁ ଦର୍ଶକ ଗ୍ୟାଲେରୀରେ ଦର୍ଶକଙ୍କ ବଦଳରେ ବସିଥିଲେ ବିଧାୟକମାନେ । ବାଚସ୍ପତିଙ୍କୁ ଗାର୍ଡଅଫ ଅନର ଦେବା ପରେ ଆରମ୍ଭ ହୋଇଥିଲା ଅଧିବେଶନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ଅଧିବେଶନରେ ଯୋଡି ହୋଇଥିଲେ । ଲୋକସେବା ଭବନରେ ୬ ବରିଷ୍ଠ ବିଧାୟକ ବିଧାୟିକା ଏବଂ ଢେଙ୍କାନାଳ ଜିଲ୍ଲାରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ଭଦ୍ରକରୁ ବିରୋଧୀ ଦଳ ଉପନେତା ଅଧିବେଶନରେ ଭିଡିଓ କନ୍ପଫେରେନ୍ସିଂରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *