ଡେପୁଟି କଲେକ୍ଟର ଶରତ ବାଗଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଝାରସୁଗୁଡ଼ା:- ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗଙ୍କୁ ମିଳିଲା ଜାମିନ। ସ୍ତ୍ରୀଙ୍କୁ ମାରପିଟ୍ କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ଶରତ ବାଗ ଗିରଫ ହୋଇଥିଲେ। ଗତ ୨୭ ତାରିଖ ଦିନ ତାଙ୍କ ସ୍ତ୍ରୀ ଡାଲିଆ ଦେବନାଥ ଝାରସୁଗୁଡ଼ା ଥାନା ବିଟିଏମ୍ ଫାଣ୍ଡିରେ ଏକ ମାମଲା ଦାୟାର କରିଥିଲେ। ଏଥିରେ ସେ ତାଙ୍କ ସ୍ବାମୀ ଶ୍ରୀ ବାଗ ତାଙ୍କୁ ଶାରିରୀକ ନିର୍ଯ୍ୟାତନା ଦେବା ସହିତ ହତ୍ୟା ଧମକ ଭଳି ଅଭିଯୋଗ କରିଥିଲେ।

ସ୍ବାମୀଙ୍କ ସହିତ ଅନ୍ୟ ୪ ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ତେବେ ଝାରସୁଗୁଡ଼ା ପୁଲିସ ଆଜି ଅଭିଯୁକ୍ତ ଡେପୁଟି କଲେକ୍ଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶରତ ବାଗ ୫୦ ହଜାର ଟଙ୍କା ଜମାନତ ସହିତ ସର୍ତ୍ତମୂଳକ ଜାମିନ ଦିଆଯାଇଛି। ଏହି ସର୍ତ୍ତ ଗୁଡ଼ିକ ହେଲା ଏହି ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କୁ ସହଯୋଗ କରିବେ, ଏଭଳି ଆଚରଣ କରିବେ ନାହିଁ ଏବଂ ଅଭିଯୋଗକରୀଙ୍କୁ ଧମକ୍ ଦେବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ତାଙ୍କ ଓକିଲ କହିଛନ୍ତି।

Leave a Reply

Your email address will not be published. Required fields are marked *