ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ,

ଭୁବନେଶ୍ବର:- ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ଆସିବ ୯ଟି ଅଧ୍ୟାଦେଶ ସମେତ ୧୬ଟି ବିଲ୍‌ । କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ ସମେତ ମୋଟ୍ ୧୬ଟି ବିଲ୍‌ ଆଗତ କରିବେ ବୋଲି ଜଣାପଡିଛି ।

ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ୍‌ ମହାମାରୀ ସମୟରେ ଏହି ଅଧିବେଶନ ବସୁଥିବାରୁ ସାମାଜିକ ଦୂରତା ଓ ସଂକ୍ରମଣ ରୋକିବାକୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ଗୃହରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ନିବାସରୁ ଯୋଡି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ସ୍ତରରେ କିଛି ବିଧାୟକ ମଧ୍ୟ ଯୋଡି ହେବେ । ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ସମେତ କିଛି ବିଧାୟକ ଜିଲ୍ଲା ସ୍ତରରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବେ । ସେହିଭଳି ସଚିବାଳୟ କନଫରେନ୍ସିଂ ହଲ୍‌ରୁ ମଧ୍ୟ ବିଧାୟକ ଉଷା ଦେବୀ, ବଦ୍ରି ପାତ୍ର, ସାବିତ୍ରୀ ଅଗ୍ରୱାଲ ଅଧିବେଶନ ସହ ଯୋଡି ହେବେ ।

Leave a Reply

Your email address will not be published. Required fields are marked *