ଟ୍ରାକରେ ୩ ମାସର ଶିଶୁକୁ ରଖି ଟ୍ରେନ ଆଗକୁ ଡେଇଁଲେ ମହିଳା, ଫିଲ୍ମ ଷ୍ଟାଇଲରେ ବଞ୍ଚାଇଲେ କନଷ୍ଟେବଲ

ଫିରୋଜାବାଦ :- ଉତ୍ତର ପ୍ରଦେଶର ଫିରୋଜାବାଦରେ ରବିବାର ହୃଦୟ ବିଦାରକ ଘଟଣା ଘଟୁ ଘଟୁ ବର୍ତ୍ତି ଯାଇଛି। ରାଜକୀୟ ରେଲଓ୍ଵେ ପୋଲିସ(ଜିଆରପି)ର ଦୁଇ କନଷ୍ଟେବଲଙ୍କ ସତର୍କତା କାରଣରୁ ଜଣେ ମହିଳା ଏବଂ ତାଙ୍କ ତିନି ମାସର ଶିଶୁ  ଜୀବନ ବଞ୍ଚି ଯାଇଛି। ମହିଳା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିଲେ। ସେହି ସମୟରେ ଦୁଇ କନଷ୍ଟେବଲ ତତ୍ପରତାର ସହିତ ମହିଳାଙ୍କ ଜୀବନ ବଞ୍ଚାଇଥିଲେ। ଏହି ପରି କନଷ୍ଟେବଲ ଦୁଇ ମଣିଷଙ୍କୁ ନୂତନ ଜୀବନ ଦେଇଛନ୍ତି।

ରେଲଓ୍ଵେ ଟ୍ରାକ ଆଖପାଖରେ ଥିବା ଲୋକଙ୍କ ଅନୁଯାୟୀ ଜଣେ ମହିଳା କୋଳରେ ତିନି ମାସର ଶିଶୁ ଧରି ଆସିଥିଲେ। ବହୁ ସମୟ ଷ୍ଟେସନରେ ବସି ରହିଥିଲେ। ଯେତେବେଳେ ଦେଖିଲେ ଦୂରରୁ ଏକ ମାଲଗାଡି ଆସୁଛି, ମହିଳା ମାଲଗାଡି ସାମ୍ନାରେ ଡେଇଁବାକୁ ପ୍ରସ୍ତୁତ ହୋଇ ଯାଇଥିଲେ। ଏହି ସମୟରେ ଜିଆରପିର କନଷ୍ଟେବଲ ରାଘବେନ୍ଦ୍ର ଓ ଯୋଗେନ୍ଦ୍ର ଦେଖିଲେ ମହିଳା ଟ୍ରେନ୍ ସାମ୍ନାକୁ ଡେଇଁବାକୁ ଯାଉଛନ୍ତି। ଦୁଇ କନଷ୍ଟେବଲ କାଳ ବିଳମ୍ବ ନକରି ମହିଳାଙ୍କ ଆଡକୁ ଦୌଡିଥିଲେ। ମହିଳାଙ୍କ ଜୀବନକୁ ମାରିବା ପାଇଁ ସାମ୍ନାକୁ ମାଲଗାଡି ମାଡି ଆସୁଥିବା ବେଳେ ପଛରେ ଜିଆରପିର ଦୁଇ କନଷ୍ଟେବବଲ। ଭଗବାନଙ୍କୁ ଧନ୍ୟବାଦ ଯେ ମାଲଗାଡି ପହଞ୍ଚିବା ଠିକ୍ ପୂର୍ବରୁ ସିପାହୀ ଫିଲ୍ମ ଷ୍ଟାଇଲ୍‌ରେ ଡେଇଁବାକୁ ଯାଉଥିବା ମହିଳାଙ୍କୁ ଟ୍ରାକରୁ ଟାଣି ଆଣିଥିଲେ। ଏହି ସମୟରେ ମହିଳାଙ୍କୁ ସାମାନ୍ୟ ଆଘାତ ମଧ୍ୟ ଲାଗିଥିଲା। କନଷ୍ଟେବଲ ମା ଓ ଛୁଆକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।

Leave a Reply

Your email address will not be published. Required fields are marked *