ରାଜଧାନୀରୁ ପୁଣି ଧଳା ଜହର ଜବତ, ୨ ଗିରଫ

ଭୁବନେଶ୍ୱର,:-ରାଜଧାନୀ ଭୁବନେଶ୍ବର ବ୍ରାଉନ ସୁଗାର ଚୋରା ଚାଲାଣକାରୀଙ୍କ ଆଡ୍ଡା ପାଲଟିଗଲାଣି । ଅଧିକାଂଶ ସମୟରେ ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରୁଛି । କେତେକ ଚୋରାଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହେଉଛି । ସେହିପରି ସୋମବାର ମଧ୍ୟ କମିଶନରେଟ୍ ପୋଲିସ ବ୍ରାଉନ ସୁଗାର ଜବତ କରିଛି ।

ରବିବାର କ୍ୟୁଏଟି  ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହାସହ ଧଳାଜହର କାରବାର କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ  ମଧ୍ୟ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ଡୁମୁଡୁମା ଓ ଖୋର୍ଦ୍ଧା ଭାଲିଆବାଡିରୁ ଗିରଫ କରାଯାଇଥିବା ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *