ମହଙ୍ଗା ପଡିଲା ପରକୀୟା ପ୍ରୀତି, ଯୁବକଙ୍କୁ ଉଲଗ୍ନ କରି ମାଡ ମାରିଲେ ଗ୍ରାମବାସୀ

ଭୋଗରାଇ:-ମହଙ୍ଗା ପଡିଲା ପରକୀୟା ପ୍ରୀତି । ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ବାନ୍ଧି ମାଡ ମାରିଛନ୍ତି ଗ୍ରାମବାସୀ । ଏଭଳି ଘଟମା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଚୌମୁଖ ଗ୍ରାମରେ ।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଚୌମୁଖ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘରେ ତାଙ୍କ ସ୍ତ୍ରୀ ଏକା ଥିବା ବେଳେ ସଂପୃକ୍ତ ଯୁବକଙ୍କୁ ତାଙ୍କ ଘରେ ପାଇଥିଲେ ଗ୍ରାମବାସୀ । ତାଙ୍କୁ ପଚରାଉଚରା ବେଳେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ଘର ଭିତରେ ପଶିଥିବା ଯୁବକଙ୍କୁ ଘରୁ ବାହାରକୁ ଆଣି ଉତ୍ତମ ମଧ୍ୟମ ଦେବା ସହ ଗାଁ ଦାଣ୍ଡରେ ଉଲଗ୍ନ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ସଂପୃକ୍ତ ଯୁବକ ଜଣଙ୍କ ବିବାହିତ । ତାର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *