ରାଜଧାନୀରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୧୭ ଆକ୍ରାନ୍ତ, ସୁସ୍ଥ ହେଲେ ୩୧୨
ଭୁବନେଶ୍ଵର :- ଭୁବନେଶ୍ଵରରେ ସ୍ଥାନୀୟ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୧୭ ନୂତନ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦେଇଛନ୍ତି।
ବିଏମସି ଅନୁଯାୟୀ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ଚିହ୍ନଟ ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ମାତ୍ର ୬୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୫୫ ରହିଛି। ଲୋକାଲ କେସ୍ ହିଁ ବିଏମସି ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ମିଶାଇ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୨୦,୮୫୫ରେ ପହଞ୍ଚିଛି।
ଅନ୍ୟପଟେ ଆଶ୍ଵସ୍ତିକର କଥା ଯେଉଁଭଳି ରୋଗୀ ଚିହ୍ନଟ ହେଉଛନ୍ତି ସେହି ସଂଖ୍ୟାରେ ମଧ୍ୟ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ଆଜି ୩୧୭ ଚିହ୍ନଟ ହୋଇଥିବା ବେଳେ ୩୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆରୋଗ୍ୟଙ୍କ ସଂଖ୍ୟା ୧୭୧୭୬କୁ ବୃଦ୍ଧି ଘଟିଛି। ମହାମାରୀରେ ଏ ଯାବତ ୮୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସକ୍ରିୟ କେସ୍ ସଂଖ୍ୟା ୩୫୭୬ ରହିଛି।