ବିଜେପି ସହ ସମ୍ପର୍କ କାଟିଲା ଅକାଳୀ ଦଳ

ନୂଆଦିଲ୍ଲୀ,:-ଏନଡିଏ ସହ ସମ୍ପର୍କ ତୁଟାଇଛି ଅକାଳୀ ଦଳ । ଦୀର୍ଘ ବର୍ଷ ଧରି ଏନଡିଏ ସହ ଥିବା ଅକାଳୀ ଦଳ ଏନଡିଏ ହାତ ଛାଡିଛି । କୃଷି ବିଲକୁ ନେଇ ବିଜେପି ଓ ଅକାଳୀ ଦଳ ମଧ୍ୟରେ ମତାନ୍ତର ଦେଖାଦେଇଥିଲା ।

କିଛିଦିନ ପୂର୍ବରୁ କୃଷି ସମ୍ବନ୍ଧରେ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ଝଟକା ଲାଗିଥିଲା। ବିଜେପିର ସହଯୋଗୀ ଶିରୋମଣି ଅକାଳୀ ଦଳ ଅଧ୍ୟାଦେଶକୁ ବିରୋଧ କରିବା ସହ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ। ଯେଉଁଦିନ ବିଧେୟକ ଲୋକସଭାରେ ଉପସ୍ଥାପିତ ହେଲା ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ଏହାର ବିରୋଧ କରିଥିଲେ। ସେ ସରକାରଙ୍କୁ ବଡ ଝଟକା ଦେଇ କହିଥିଲେ ଯେ, ହରସିମରତ କୌର ବାଦଲ ମନ୍ତ୍ରୀପଦରୁ ଇସ୍ତଫା ଦେବେ। ଏବେ କୌର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ।

ହରସିମରତ କୌର ବାଦଲ ଟ୍ଵିଟ୍‌ରେ ଇସ୍ତଫାର ସୂଚନା ଦେଇ କହିଥିଲେ ଯେ,, ସେ କୃଷକ ବିରୋଧୀ ଅଧ୍ୟାଦେଶ ଏବଂ ଆଇନର ବିରୋଧରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। କୃଷକଙ୍କ ସହିତ ସେମାନଙ୍କର ଝିଅ ଓ ଭଉଣୀ ଭାବେ ଛିଡା ହୋଇଥିବାରୁ ଗର୍ବିତ।

Leave a Reply

Your email address will not be published. Required fields are marked *