ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତ୍ରୀ ଉମା ଭାରତୀ କରୋନା ପଜିଟିଭ୍

ଭୋପାଲ:-ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତ୍ରୀ ଉମା ଭାରତୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରୁ କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି । କରୋନା ଚିହ୍ନଟ ହେବାପରେ ସେ ଋଷିକେଶ ଓ ହରିଦ୍ୱାର ମଝିରେ ଥିବା ବନ୍ଦେ ମାତରମ କୁଞ୍ଜରେ ନିଜକୁ କ୍ଵାରେଣ୍ଟାଇନ କରିଛନ୍ତି । ଉମା ଭାରତୀ ଗତ କିଛି ଦିନ ପାହାଡିଆ ଅଞ୍ଚଳ ଯାତ୍ରା କରୁଛନ୍ତି । ନିକଟରେ ସେ କେଦାରନାଥ ଦର୍ଶନ କରିବାକୁ ଯାଇଥିଲେ ଏବଂ ସେଠାରୁ ନିଜର ଏକ ଭିଡିଓ ସେୟାର କରିଥିଲେ ।ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ସେ ନିଜ ପାହାଡିଆ ଅଞ୍ଚଳ ଯାତ୍ରା ସମାପ୍ତ କରିଛନ୍ତି । ଯାତ୍ରାର ଅନ୍ତିମ ଦିନରେ ସେ ସରକାରଙ୍କୁ ନିବେଦନ କରି କରୋନା ଯାଞ୍ଚ ଟିମକୁ ଡକାଇ ନିଜର କରୋନା ଯାଞ୍ଚ କରାଇଥିଲେ । କାରଣ ଗତ ୩ ଦିନ ହେଲା ତାଙ୍କୁ ଜ୍ୱର ଅନୁଭୂତ ହେଉଥିଲା । ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି । ସେ ହିମାଳୟରେ କୋଭିଡ ନିୟମ ପାଳନ କରିଛନ୍ତି ବୋଲି ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *