ବଲିଉଡ୍ ଡ୍ରଗ୍ସ ମାମଲା: ସାଢ଼େ ପାଞ୍ଚ ଘଂଟା ମାରାଥନ୍ ଜେରାରେ ଦୀପିକା ତିନି ଥର କାନ୍ଦିଲେ,

ନୂଆଦିଲ୍ଲୀ :-ଡ୍ରଗ୍ସ ମାମଲାରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଗତକାଲି ଦୀପିକାଙ୍କୁ ଜେରା କରିଥିଲା। ଦୀପିକାଙ୍କୁ କାଲି ପ୍ରାୟ ସାଢ଼େ ୫ ଘଣ୍ଟା ମାରାଥନ ଜେରା କରାଯାଇ ଥିଲା। ଏହା ସହ ତାଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲେ ଏନସିବି ଅଧିକାରୀ। ତେବେ  ଏ ସବୁ ମଧ୍ୟରେ ଗୋଟିଏ ଚମକାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ ଦୀପିକା ପାଦୁକୋନଙ୍କୁ ଜେରା ବେ​ଳେ ତିନି ଥର କାନ୍ଦି ଥିଲେ। ପ୍ରଶ୍ନ ପଚରାଯିବାରୁ ଅଭିନେତ୍ରୀଙ୍କ ଆଖିରେ ଲୁହ ଆସିଥିଲା।

ଏନସିବି ଦୀପିକାଙ୍କୁ ଜେରା କରୁଥିବା ବେଳେ ଦୀପିକାଙ୍କର ତିନିଥର ବ୍ରେକ ଡାଉନ ହୋଇଥିଲା। ଅର୍ଥାତ୍ ସେ କାନ୍ଦିଥିଲେ। ତାଙ୍କ କାନ୍ଦ ଦେଖି ଏନସିବି ଅଧିକାରୀ ତାଙ୍କୁ ଇମୋସନାଲ ଭାବନା ଦେଖାଇବା ବନ୍ଦ କରିବାକୁ କହିଥିଲେ। ଏତିକି ନୁହେଁ, ଏନସିବି ଅଧିକାରୀ ତାଙ୍କୁ ହାତ ଯୋଡି ନ କାନ୍ଦିବାକୁ କହିବା ସହ ସତ କହିବାକୁ ଅନୁରୋଧ କରିଥିଲେ। ଏହା ସହ ତାଙ୍କୁ କୁହାଗଲା ସତ କହିବା ହିଁ ଆପଣଙ୍କ ପାଇଁ ଭଲ।

କାରଣ ଏନସିବି ଦୀପିକାଙ୍କ ମୋବାଇଲ ଜବତ କରିଥିବାରୁ ତଦନ୍ତ ମଧ୍ୟ ସେହି ଅନୁସାରେ ଆଗକୁ ବଢ଼ିବ। ଏବେ ତାଙ୍କ ଫୋନ ହିଁ କହିବ ତାଙ୍କର ଡ୍ରଗ୍ସ ପେଡଲରଙ୍କ ସହ ସମ୍ବନ୍ଧ ରହିଛି କି ନାହିଁ। ଅବଶ୍ୟ ପଚରାଉଚରା ବେଳେ ଡ୍ରଗ୍ସ ନେଉ ନ ଥିବା ସେ ମନା କରିଛନ୍ତି। ଏଣୁ ଦୀପିକାଙ୍କ ମୋବାଇଲ ଆଧାରରେ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ନିଷ୍ପତି ନିଆଯିବ କହିଛି ଏନସିବି।

ତେବେ ସାଢ଼େ ପାଞ୍ଚ ଘଂଟା ଜେରାରେ ତାଙ୍କୁ ସୁଶାନ୍ତ କି ରିୟା ସହ ସମ୍ବନ୍ଧିତ କୌଣସି କଥା ପଚରାଯାଇ ନ ଥିଲା। ଏନସିବିର ସମସ୍ତ ଫୋକସ ଥିଲା କରିସ୍ମା ଓ ତାଙ୍କର ଡ୍ରଗ୍ସ ଚାଟ୍ ଉପରେ।

Leave a Reply

Your email address will not be published. Required fields are marked *