ବଲିଉଡ ଡ୍ରଗ୍ସ ମାମଲା: ସରିଲା ରକୁଲଙ୍କ ଜେରା, କହିଲେ- ରିୟାଙ୍କ ସହ ଚାଟ୍ କରିଛି

ମୁମ୍ବାଇ:- ବଲିଉଡ୍ ଡ୍ରଗ୍ସ ମାମଲାରେ ବଡ଼ ବଡ଼ ଷ୍ଟାରଙ୍କ ନାଁ ସାମ୍ନାକୁ ଆସିବା​‌ ପରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଜଣ ଜଣ କରି ସମସ୍ତଙ୍କ ଜେରା ଆରମ୍ଭ କରିଛି। ଏ ନେଇ ଏନସିବି ସାରା ଅଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂହଙ୍କୁ ସମନ ଜାରି କରିଥିଲା। ଆଜି ଡ୍ରଗ୍ସ ପ୍ରସଙ୍ଗରେ ଜେରା ପାଇଁ ଏନସିବି ଗେଷ୍ଟ ହାଉସରେ ହାଜର ହୋଇଥିଲେ ରକୁଲ ପ୍ରୀତ ସିଂହ। ରକୁଲଙ୍କ ଡ୍ରଗ୍ସ ସମ୍ବନ୍ଧିତ ଚାଟ ବ୍ୟୁରୋ ପାଖରେ ଅଛି। ଆଶା ଥିଲା ତାଙ୍କଠାରୁ କିଛି ବଡ଼ ଖୁଲାସା ହୋଇପାରେ ହେଲେ ସେମିତି କିଛି ଘଟିଲା ନାହିଁ। ରିୟାକୁ ଏନସିବି ଜେରା କରୁଥିବା ବେଳେ ରକୁଲଙ୍କ ନାଁ ସାମ୍ନାକୁ ଆସିଥିଲା।

ଏବେ ତାଙ୍କ ଜେରା ସରିଛି। ଏହା ସହ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଜେରା ଆରମ୍ଭ ହୋଇଛି। ତେବେ ରକୁଲ ଓ କରିଶ୍ମାକୁ ସାମ୍ନା ସାମ୍ନି ବସା ଯାଇ ପଚରାଉଚରା କରିଥିଲା ଏନସିବି। ଡ୍ରଗ୍ସ ନେଉ ନ ଥିବା ରକୁଲ ରୋକ ଠୋକ ମନା କରିଥିଲେ। ଯଦିଓ ସେ ଡ୍ରଗ୍ସ ନେବା କି ଡ୍ରଗ୍ସ ପେଡଲରଙ୍କ ସମ୍ପର୍କରେ ନ ଥିବା କଥାକୁ ଖଣ୍ଡନ କରିଛନ୍ତି। କିନ୍ତୁ ରିୟା ଚକ୍ରବର୍ତୀଙ୍କ ସହ ଚାଟକୁ ସ୍ବୀକାର କରିଛନ୍ତି। ଅର୍ଥାତ୍ ୨୦୧୮ରେ ରିୟାଙ୍କ ସହ ଚାଟରେ କଥା ହୋଇଥିବା କଥାକୁ ମାନିଛନ୍ତି ରକୁଲ।

କେବଳ ଏତିକି ନୁହେଁ ଆଜି ଧର୍ମା ପ୍ରଡକସନ ଆସିଷ୍ଟାଣ୍ଡ ନିର୍ଦେଶକ ଅନୁଭବ ଚୋପଡାଙ୍କୁ ଜେରା ଚାଲିଛି। ଅନୁଭବ ଚୋପଡା କ୍ଷୀତିଜ ପ୍ରସାଦଙ୍କ ଅନ୍ତରଙ୍ଗ। ଡ୍ରଗ୍ସ ମାମଲାକୁ ନେଇ ଏନସିବି ରାଡାରରେ ଅଛନ୍ତି କ୍ଷୀତିଜ। ତାଙ୍କ ଉପରେ ଡ୍ରଗ୍ସ ପେଡଲରଙ୍କ ଠାରୁ ଡ୍ରଗ୍ସ କିଣୁଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *