କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ କରୋନା ଆକ୍ରାନ୍ତ
ଭୁବନେଶ୍ବର:- କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁରଷାରକାନ୍ତି ବେହେରା କରୋନା ସଂକ୍ରମିତ। କେବଳ ତୁଷାରକାନ୍ତି ନୁହଁନ୍ତି, ରାଜ୍ୟର ବହୁ ନେତା,ମନ୍ତ୍ରୀ ଏବଂ ବିଧାୟକ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇ ଫେରିସାରିଲେଣି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଏହି ସମୟରେ ମନ୍ତ୍ରୀ ତୁଷାରକାନ୍ତି କରୋନା ସଂକ୍ରମିତ ହୋଇଛନ୍ତି।ଡାକ୍ତରଙ୍କ ପରାମର୍ଶରେ ଏବେ ମନ୍ତ୍ରୀ ହୋମ୍ ଆଇସୋଲେସନରେ ଅଛନ୍ତି। ଗତ ୭ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।