ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା, ୩ଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ
ନୂଆଦିଲ୍ଲୀ:-ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ସୁନିଲ ଆରୋରା ବିଧିବଦ୍ଧ ଭାବେ ସୂଚନା ପ୍ରଦାନ କରିଛନ୍ତି । ତେବେ ତାରିଖ ଘୋଷଣା ପୂର୍ବରୁ ଶ୍ରୀ ଆରୋରା କହିଛନ୍ତି କି, କରୋନା ମହାମାରୀ ବେଳେ ଦେଶରେ ଏହା ପ୍ରଥମ ନିର୍ବାଚନ । ଏହା ପୂର୍ବରୁ ବିଶ୍ୱରେ ୭୦ ଦେଶର ନିର୍ବାଚନ ହେବାକୁ ଥିବାବେଳେ କରୋନା ମହାମାରୀ ପାଇଁ ସମସ୍ତ ଦେଶର ନିର୍ବାଚନ ତାରିଖ ଘୁଂଚାଇ ଦିଆଯାଇଛି । କରୋନା ମହାମାରୀ ଭିତରେ ହେବାକୁ ଥିବା ଏହି ନିର୍ବାଚନରେ ପୋଲିଂ ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯିବ ଅର୍ଥାତ ଅଧିକ ପୋଲିଂବୁଥର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ । ନିର୍ବାଚନରେ ୪୬ ଲକ୍ଷ ମାସ୍କ ବ୍ୟବହାର କରାଯିବ । ୭ ଲକ୍ଷ ସାନିଟାଇଜର ଓ ୬ ଲକ୍ଷ ପିପିଇ କିଟ୍ ବି ବ୍ୟବହାର କରାଯିବ ।
ସେହିଭଳି ବିହାରରେ ମୋଟ ୭ କୋଟି ୭୯ ଲକ୍ଷ ଭୋଟ ଦେବେ । ସେମାନଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ଭୋଟର ରହିଛନ୍ତି ସେହିଭଳି ପୁରୁଷ ଭୋଟରଙ୍କ ସଂଖ୍ୟା ୩ କୋଟି ରହିଛି । ଏହି ନିର୍ବାଚନରେ ହେବାକୁ ଥିବା ପ୍ରାର୍ଥୀ ମାନେ ଅନଲାଇନରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ । ପ୍ରାର୍ଥୀଙ୍କ ତଥ୍ୟ ସାର୍ବଜନୀନ ହେବ । ଏହାସହ ଭୋଟଦାନର ସମୟ ବି ବଢିବ । କରୋନା ପିଡୀତଙ୍କ ପାଇଁ ବି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।