ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ କରୋନାରେ ପରଲୋକ,

ନୂଆଦିଲ୍ଲୀ:-ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ କରୋନା କାରଣରୁ ଦେହାନ୍ତ ଘଟିଛି। ସେ ସେପ୍ଟେମ୍ବର ୧୧ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମ୍ସରେ ତାଙ୍କ ଚିକିତ୍ସା ଚାଲିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସୁରେଶ ଅଙ୍ଗାଡି କରୋନା କାରଣରୁ ପ୍ରାଣ ହରାଇବାରେ କର୍ଣ୍ଣାଟକର ଦ୍ଵିତୀୟ ସାଂସଦ। ତାଙ୍କ ପୂର୍ବରୁ ଅଶୋକ ଗଷ୍ଟିଙ୍କ ଗତ ଦିନରେ କରୋନାରେ ମୃତ୍ୟୁ ଘଟିଥିଲା। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଗଭୀର ଶୋକ ପ୍ରକଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ସୁରେଶ ଅଙ୍ଗାଡି ଏକ ଅସାଧାରଣ କର୍ମକର୍ତ୍ତା ଥିଲେ। ସେ କର୍ଣ୍ଣାଟକରେ ପାର୍ଟିକୁ ମଜବୁତ କରିବା ପାଇଁ କଠୋର ପରିଶ୍ରମ କରିଛନ୍ତି। ସେ ଜଣେ ସମର୍ପିତ ସାଂସଦ ଓ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ତାଙ୍କର  ନିଧକ ଦୁଃଖଦାୟୀ। ଦୁଃଖର ଏହି ସମୟରେ ମୋର ସାନ୍ତ୍ଵନା ତାଙ୍କ ପରିବାର ଓ ବନ୍ଧୁମାନଙ୍କ ପ୍ରତି ରହିଛି।ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଅଙ୍ଗାଡିଙ୍କ ଦେହାନ୍ତରେ ଶୋକ ପ୍ରକଟ କରିଛନ୍ତି। ସେ କହିଛନ୍ତି ଅଙ୍ଗାଡି ମୋର ଭାଇ ପରି ଥିଲେ। ଲୋକଙ୍କ ପ୍ରତି ତାଙ୍କ ପ୍ରତିବଦ୍ଧତା ଓ ସମର୍ପଣ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ।କେନ୍ଦ୍ର ମନ୍ତ୍ରୀ ସେପ୍ଟେମ୍ବର ୧୧ରେ ଟ୍ଵିଟ୍ ଜରିଆରେ କହିଥିଲେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ଠିକ୍ ହେଉଛି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ ଏବଂ ନିକଟତର ଲୋକଙ୍କୁ କୌଣସି ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଲେ ସେମାନେ ନିଜର ଟେଷ୍ଟ କରାଇବାକୁ ଅପିଲ୍ କରିଥିଲେ।

Leave a Reply

Your email address will not be published. Required fields are marked *