ଡ୍ରଗ୍ସ ଲିଙ୍କ : ଆଜି ଗୋଆରୁ ମୁମ୍ବାଇ ଆସିବେ ଦୀପିକା ପାଦୁକୋନ

ମୁମ୍ବାଇ :– ଦୀପିକା ପାଦୁକୋନ ଆଜି ଗୋଆରୁ ମୁମ୍ବାଇ ଆସିବେ। ବଲିଉଡ ଡ୍ରଗ୍ସ କାରବାରରେ ଅଭିନେତ୍ରୀ ଦୀପିକାଙ୍କ ନାଁ ସାମିଲ ହୋଇଛି। ଏନସିବି ଗତକାଲି ତାଙ୍କୁ ସମନ ପଠାଇଥିଲା। ଦୀପିକା ଗୋଆରେ ଥିଲେ। ଏନସିବି ସମନ ପାଇବା ପରେ ଦୀପିକା ଆଜି ଗୋଆରୁ ମୁମ୍ବାଇ ଆସିବେ। ତାଙ୍କୁ ଚାର୍ଟାଡ ପ୍ଲେନରେ ଆସିବାର ଅନୁମତି ମିଳିଛି।ଦୀପିକା ଗୋଆରୁ ଅପରାହ୍ନ ୧.୩୦ରେ ମୁମ୍ବାଇ ଅଭିମୁ​‌ଖେ ଯାତ୍ରା କରିବେ । ସେପ୍ଟେମ୍ବର ୨୫ ଅର୍ଥାତ ଆସନ୍ତାକାଲି ତାଙ୍କୁ ଏ ନେଇ ଏନସିବି ପଚରାଉଚରା କରିବ। ଦୀପିକାଙ୍କ ବିରୋଧରେ ଏନସିବିକୁ ଏକ ଡ୍ରଗ୍ସ ଚାଟ୍ ମିଳିଥିଲା। ଏହି ଚାଟ୍ ଥିଲା ୨୦୧୮ ଅକ୍ଟୋବର ୨୮ ତାରିଖର। ଚାଟରୁ ଜଣାପଡ଼ିଛି ଯେ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଦ୍ବାରା ସେ ଡ୍ରଗ୍ସ ମାଗିଛନ୍ତି।ତେବେ ରିୟାଙ୍କୁ ପଚରାଉଚରା ବେଳେ ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ସମେତ ଶ୍ରଦ୍ଧା କପୁରଙ୍କ ନାଁ ନେଇଥିଲେ। ଆଜି ଏନସିବି ରକୁଲପ୍ରୀତ ସିଂ ଏବଂ ସିମୋନ୍ ଖମ୍ବାଟାଙ୍କୁ ପଚରାଉଚରା ପାଇଁ ଡାକିଛି। ଡ୍ରଗ୍ସ ଲିଙ୍କକୁ ନେଇ ଉଭୟଙ୍କୁ ପ୍ରଶ୍ନ ପଚରାଯିବ। ଏନସିବି ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛି ।

Leave a Reply

Your email address will not be published. Required fields are marked *