ଏଥର ବିନା ଭକ୍ତରେ ଶ୍ରୀମନ୍ଦିରରେ ପାଳିତ ହେବ ନାଗାର୍ଜୁନ ବେଶ

ପୁରୀ:– ଶ୍ରୀମନ୍ଦିରରେ ବିନା ଭକ୍ତରେ ପାଳିତ ହେବ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ ନୀତି ଅନୁଷ୍ଠିତ ହେବ । ହେଲେ କୋଭିଡର ଭୟାବହତାକୁ ଆଖିରେ ରଖି ଚଳିତ ବର୍ଷ ରଥଯାତ୍ରା ଭଳି ବିନା ଭକ୍ତରେ ନାଗାର୍ଜୁନ ବେଶ କରିବାକୁ ପ୍ରାୟ ସ୍ଥିର କରାଯାଇଥିବା ଜଣାପଡିଛି । ଫଳରେ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ ଅତି ନିକଟରୁ ଭକ୍ତମାନେ ଦେଖିବାରୁ ବଂଚିତ ହେବେ ।ରେକର୍ଡ ଅଫ ଲାଇଟସ ଅନୁସାରେ ଶ୍ରୀଜୀଉଙ୍କ ନାଗାର୍ଜୁ ବେଶ କରୁଥିବା ଚକ୍ରକୋଟ ବଳରାମ ଖୁଂଟିଆଙ୍କ ସହ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛି । ବେଶ ପାଇଁ ପ୍ରାୟ ୬୦ରୁ ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ମାତ୍ର ବିନା ଭକ୍ତରେ ବେଶ ହେଲେ ଖର୍ଚ୍ଚ ଅଧାରୁ କମ ହେବ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି ।ସେପଟେ କେବଳ କୋଭିଡ କଟକଣା ପାଇଁ ଭକ୍ତଙ୍କୁ ବାରଣ କରାଯିବ ତାହା ନୁହେଁ, ୧୯୯୩ ମସିହାରେ ହୋଇଥିବା ନାଗାର୍ଜୁନ ବେଶ ସମୟରେ ଦଳାଚକଟାରେ ୭ ଜଣଙ୍କ ଜୀବନ ଯାଇଥିଲା । ଏଭଳି ମହାମାରୀ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ପାଇଁ ବଡ ଚାଲେଞ୍ଜ ।

Leave a Reply

Your email address will not be published. Required fields are marked *