ଅକ୍ଷରା ସିଂହଙ୍କ ଖୁଲାସା: ପାର୍ଟିରେ ଅଫର ହୁଏ ଡ୍ରଗ୍ସ, ମନା କଲେ କରାଯାଏ ବଏକଟ୍

ନୂଆଦିଲ୍ଲୀ :- ବଲିଉଡରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା କେତେବେଳେ ଡ୍ରଗ୍ସ ଲିଙ୍କରେ ସାମିଲ ହୋଇଗଲା କିଛି ଜଣାପଡ଼ିଲା ନାହିଁ। ଜଣକ ପରେ ଜଣକଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସୁଛି। ତେବେ ଏବେ ଏ ମାମଲାରେ ଜୋରରେ ଅଣ୍ଟା ଭିଡିଛି ଏନସିବି। ସେ ଦୀପିକା ହୁଅନ୍ତୁ କି ସାରା ଅଲୀ ଖାନ୍ ସସମ୍ତଙ୍କୁ ସାମ୍ନାକୁ ଆଣୁଛି ଏନସିିବି। ବଲିଉଡରେ ପରିଚୟ ସୃଷ୍ଟି କରିବାକୁ ଚାହୁଁଥିବା ଭୋଜପୁରୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ଅକ୍ଷରା ସିଂହ ନିକଟରେ ଡ୍ରଗ୍ସ କନେକସନ ମାମଲାରେ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ନିଆଯାଏ। ଏହା ଦ୍ବାରା ସୋସାଇଟି ହାଇପ୍ରୋଫାଇଲ ବୋଲି ବିଚାର କରାଯାଏ। ମୁମ୍ବାଇରେ ଏହା ବେଶୀ ଦେଖିବାକୁ ମିଳେ। ଏବେ ଉଚିତ ସମୟ ଏସବୁ ସତ ସାମ୍ନାକୁ ଆଣିବାର। ଏଣୁ ତଦନ୍ତ ତୁରନ୍ତ ହେବା ଦରକାର। ଇଣ୍ଡଷ୍ଟ୍ରିରେ ଗ୍ରୁପିଜିମ ଅଛି। ଏଥିରେ ଯେତେ ବଡ଼ ବଡ଼ ଲୋକ ଅଛନ୍ତି ସମସ୍ତେ ଗୋଟିଏ ଗ୍ରୁପରେ ରହନ୍ତି ଓ ପାର୍ଟି କରନ୍ତି। ଏହା ସହ ଡ୍ରଗ୍ସ ମଧ୍ୟ ନିଅନ୍ତି। ଯଦି ସେମାନଙ୍କ ବିରୋଧରେ ଜଣେ କି ଦୁଇଜଣ ସ୍ବର ଉତ୍ତୋଳନ କରନ୍ତି ତାହାଲେ ସେମାନଙ୍କ ସ୍ବର ଚାପି ଦିଆଯାଏ। ସେମାନଙ୍କୁ ବଏକଟ୍ କରିଦିଆଯାଏ। ଏବେ ବି କେତେଜଣ ପରସ୍ପରକୁ ବଞ୍ଚାଇବାକୁ ଆସୁଛନ୍ତି।

Leave a Reply

Your email address will not be published. Required fields are marked *