ଭାଲୁ ଆକ୍ରମଣରେ ଜଣେ ଗୁରୁତର
ପାଟଣା:-ପାଟଣାକେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ନୂଆପଡା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଗୁରୁତର ହେଲେ ଜୟଦେବ ନାଏକ । ମଙ୍ଗଳବାର ସେ ଗ୍ରାମ ନିକଟ ନାଳକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ଜୟଦେବ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ଜୟଦେବଙ୍କ ହାତ ଓ ପିଠିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।