ଚୀନ୍ ସଂଲଗ୍ନ ସୀମାକୁ ଅଧିକ ସୈନ୍ୟ ପଠାଇଲା ରୁଷ
ମସ୍କୋ : ରୁଷ ନିଜର ପୂର୍ବ ଭାଗରେ ଥିବା ଅଞ୍ଚଳକୁ ଅଧିକ ସୈନ୍ୟ ଏବଂ ଯୁଦ୍ଧ ସରଞ୍ଜାମ ପ୍ରେରଣ କରିଛି । ରୁଷର ପୂର୍ବ ଭାଗ ଚୀନ୍ ସୀମାକୁ ଲାଗିଛି । ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ କହିଛନ୍ତି ଯେ ଇଷ୍ଟ ଷ୍ଟ୍ରାଟଜିକ୍ ଡିରେକ୍ସନରେ ଉତ୍ତେଜନା ବଢ଼ିବା କାରଣରୁ ରୁଷ ଏଭଳି ପଦକ୍ଷେପ ନେଇଛି । ଇଷ୍ଟ ଷ୍ଟ୍ରାଟଜିକ୍ ଡିରେକ୍ସନ କହିଲେ ଚୀନ୍ ଏବଂ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ବୁଝାଏ ।
ରୁଷ ମଧ୍ୟ ନିଜ ନୌସେନାର ନର୍ଦନ ଫ୍ଲିଟକୁ ଅଧିକ ମଜଭୁତ କରିବ ବୋଲି କହିଛି । ପ୍ରତିରକ୍ଷା ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ ଆମେରିକା ଓ ଚୀନ୍ ମଧ୍ୟରେ ଯୁଦ୍ଧ ଲାଗିଲେ ତାହା ରୁଷର ପୂର୍ବ ଭାଗ ଆଡକୁ ବ୍ୟାପିପାରେ ବୋଲି ରୁଷ ସରକାର ଆଶଙ୍କା କରୁଛନ୍ତି । ତେଣୁ ସିଏ ଏଭଳି ପଦକ୍ଷେପ ନେଇଛନ୍ତି ।