ବିଶୃଙ୍ଖଳିତ ଆଚରଣ ପାଇଁ ୮ ସାଂସଦଙ୍କୁ ସସ୍ପେଣ୍ଡ କଲେ ରାଜ୍ୟସଭା ଅଧ୍ୟକ୍ଷ
ନୂଆଦିଲ୍ଳୀ :- ରାଜ୍ୟସଭାର ୮ ସାଂସଦ ସସ୍ପେଣ୍ଡ୍। ଗତକାଲି କୃଷି ବିଲ୍ ପାରିତ ହେବାବେଳେ ହଙ୍ଗାମା ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏହି ୮ଜଣ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ସସ୍ପେଣ୍ଡ୍ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟସଭାରେ କୃଷି ବିଲ୍ ପାରିତ ହୋଇଥିଲା। ବାଚନିକ ଭୋଟରେ କୃଷି ବିଲ୍ ପାସ ହୋଇଥିଲା । ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟ ସଭାରେ କୃଷି ବିଲ୍ ପାସ୍ ହୋଇଥିଲା। ରାଜ୍ୟସଭାରେ କୃଷି ସମ୍ପର୍କିତ ଦୁଇଟି ବିଲ୍ ପାସ୍ ହୋଇଥିଲା । କୃଷକ ସଶକ୍ତିକରଣ ଓ ସଂରକ୍ଷଣ ବିଧେୟକ ୨୦୨୦, କୃଷକ ସମ୍ବର୍ଦ୍ଧନ ଓ ସୁବିଧା ବିଧେୟକ ୨୦୨୦ ବିଲ୍ ପାସ୍ ହୋଇଥିଲା ।
ଏହି କୃଷି ବିଲ୍ ପାରିତ ହେବାବେଳେ ହଙ୍ଗାମା ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିଲେ ସାଂସଦ। ରୁଲ୍ ବୁକ୍ ଚିରିବା ସହ ମାଇକ ଭାଙ୍ଗି ଦେଇଥିଲେ ସାଂସଦ। ବିଶୃଙ୍ଖଳିତ ଆଚରଣ ପାଇଁ ୧ ସପ୍ତାହ ପାଇଁ ସସ୍ପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ। ରାଜ୍ୟସଭାର ମତ ଲୋଡ଼ି ସସପେଣ୍ଡ କରିଛନ୍ତି ଅଧ୍ୟକ୍ଷ। ୮ ଜଣ ସାଂସଦଙ୍କ ମଧ୍ୟରେ ଡେରେକ ଓବ୍ରାୟନ୍, ସଞ୍ଜୟ ସିଂ, ରିପୁନ୍ ବୋରା, ନଜିର ହୁସେନ୍, କେ.କେ ରାଗେଶ, ଏ କରିମ୍, ରାଜୀବ ସାତବ, ଡୋଲା ସେନ୍ ଅଛନ୍ତି।