ରାଜ୍ୟରେ କରୋନା ଟେଷ୍ଟିଂ, ୨୪ଘଣ୍ଟାରେ ୪୭ ହଜାରରୁ ଅଧିକ ପରୀକ୍ଷଣ
ଭୁବନେଶ୍ବର:–ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । କିପରି ସଂକ୍ରମଣ ଚେନ୍କୁ ଭଙ୍ଗାଯିବ ସେଥିନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିଂର ସଂଖ୍ୟା ବୃଦ୍ଧି କରାଯାଇଛି ।
ତେବେ ରାଜ୍ୟରେ ୨୪ ଘଣ୍ଟାରେ ୪୭ ହଜାର ୭୫୮ ଟେଷ୍ଟ ହୋଇଛି । ସେଥି ମଧ୍ୟରୁ ୭,୬୫୮ RTPCR ଟେଷ୍ଟ, ୪୦,୦୧୦ ଆଣ୍ଟିଜେନ୍ ଟେଷ୍ଟ, ୯୦ ଟ୍ରୁନଟ୍ ଟେଷ୍ଟ କରାଯାଇଛି । ଆରଏମଆରସିରେ ୧୧୩୦ ଟେଷ୍ଟ, ଆଇଏଲଏସରେ ୫୯୨ ଟେଷ୍ଟ, ଏସସିବିରେ ୨୯୨୩ ଓ କ୍ୟାପିଟାଲ ହସ୍ପିଟାଲରେ ୧୫୨୬ ଟେଷ୍ଟ କରାଯାଇଛି ।
ସେହିଭଳି କେନ୍ଦ୍ରାପଡାରେ ୪,୮୭୮, କେନ୍ଦୁଝରରେ ୪,୬୪୧, ଗଞ୍ଜାମରେ ୪,୪୭୧, ମୟୁରଭଞ୍ଜରେ ୩,୦୮୯ ଓ ବାଲେଶ୍ବରରେ ୧,୫୫୮ ଟେଷ୍ଟ କରାଯାଇଛି ।