ବାଘର କଟାମୁଣ୍ଡ ସହ ଛାଲ ଜବତ: ନାବାଳକ ସମେତ ମା’ ଓ ପୁଅଙ୍କୁ ଗିରଫ କଲା ବନବିଭାଗ

ନୂଆପଡ଼ା :- ନୂଆପଡ଼ା ଜିଲ୍ଲାରେ ଆଜି ଏକ ବାଘ ଛାଲ, କଟା ମୁଣ୍ଡକୁ ବନ ବିଭାଗ ଜବତ କରିଛି । ଏହି ଘଟଣାରେ ସଦର ରେଞ୍ଜ ଅଧୀନ ଟିପାଝର ଗାଁରୁ ଜଣେ ନାବାଳକ ସମେତ ମା’ ଓ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୁନାବେଡ଼ା ଅଭୟାରଣ୍ୟରେ ବହୁ ଦିନ ହେଲା ବନ୍ୟା ଜନ୍ତୁ ଶିକାର ହୋଇ ଆସୁଥିଲା । ସଦର ରେଞ୍ଜ ଅଧୀନ ଟିପାଝର ଗାଁରେ ବାଘକୁ ମାରି ଛାଲ ଓ ମୁଣ୍ଡ ଘରେ ରଖିଥିବା ବାନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲେ । ଆଜି ସକାଳ ୫ ଟାରେ ଖଡ଼ିଆଳ ଡିଏଫ୍‌ଓ ବିବେକ କୁମାରଙ୍କ ନିର୍ଦ୍ଦେଶରେ ନୂଆପଡ଼ା ରେଞ୍ଜର ବିନିତା ଭୋଇ ଓ ଖରିଆରୋଡ୍ ରେଞ୍ଜର ନିରଞ୍ଜନ ମାଝୀଙ୍କ ନେତୃତ୍ବରେ ନୂଆପଡ଼ା ଓ ଖରିଆରୋଡ଼ ବନ୍ ବିଭାଗ ଟିପାଝର୍ ଗାଁରେ ଚଢ଼ାଉ କରିଥିଲା ।

ଗାଁର ରାମକେଲା ବାଇ ଶବରଙ୍କ ଘରେ ଚଢ଼ାଉ କରି ଏକ ଚିତା ବାଘ ଛାଲ ଓ ଘର ପଛ ପଟେ ପୋତା ହୋଇଥିବା ବାଘର କଟା ମୁଣ୍ଡ ଜବତ କରିଥିଲେ । ସେହିପରି ଘର ଭିତରୁ ୧୦ କେଜି ବରାହ ମାଂସ, ଧନୁ ତୀର, ଟାଙ୍ଗିଆ, ସାଇ କଣ୍ଟା, ବଜ୍ରକପ୍ତାର କାତିକୁ ଜବତ କରିଥିଲେ। ଏହି ଘଟଣାରେ ରାମକେଳା ବାଇଙ୍କ ସହ ପୁଅ ଶୋଭା ଶବର ଓ ଜଣେ ନାବାଳକଙ୍କୁ ସଦର ରେଞ୍ଜରେ ଅଟକ ରଖି ପଚରା ଉଚୁରା ଚାଲିଛି ।

Leave a Reply

Your email address will not be published. Required fields are marked *