‘ଭୁବନେଶ୍ୱରରେ ପିକ୍ରେ ଅଛି କରୋନା, ୭୪ % ଆକ୍ରାନ୍ତ ସୁସ୍ଥ ହେଲେଣି’- ବିଏମସି କମିଶନର
ଭୁବନେଶ୍ୱର,:-ଭୁବନେଶ୍ୱରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କମିଶନର ପ୍ରେମଚାନ୍ଦ ଚୌଧୁରୀ । ଭୁବନେଶ୍ୱରରେ ଏବେ କରୋନା ପିକ୍ରେ ଥିବା ସେ କହିଛନ୍ତି ।
ସେ କହିଛନ୍ତି ଯେ, ବିଏମସିରେ ପ୍ରତିଦିନ ୪ ହଜାରରୁ ଅଧିକ ଟେଷ୍ଟିଂ ହେଉଛି ।ଏବେ ଭୁବନେଶ୍ୱରରେ କରୋନା ପିକ୍ରେ ଅଛି । ବିଏମସିରେ ସୁସ୍ଥ ହାର ହେଉଛି ୭୪ ପ୍ରତିଶତ । ଯଦି କୌଣସି ସଂକ୍ରମିତଙ୍କର କିଛି ଅସୁବିଧା ହୁଏ ସେମାନେ ହ୍ୱାଟସଆପ୍ ନମ୍ବରରେ ମେସେଜ କରି ବିଭିନ୍ନ ତଥ୍ୟ ପାଇପାରିବେ ।
ସେ ଆହୁରି କହିଛନ୍ତି ଯେ, ବିଏମସିରେ ହୋମ୍ ଆଇସୋଲେସନ୍ ସଂଖ୍ୟା ବଢିଛି । ଏହାସହ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତି ମାସ୍କ ପିନ୍ଧିବା ସହ ହାତ ଧୋଇବା ଆବଶ୍ୟକ ବୋଲି ସେ କହିଛନ୍ତି ।