ଭୁବନେଶ୍ୱର ମର୍ଡରର ଆସିଲା ଚାଞ୍ଚଲ୍ୟକର ତଥ୍ୟ: ହତ୍ୟା ଅଭିଯୁକ୍ତ ୨ ନାବାଳକଙ୍କ ବାପା ହେଉଛନ୍ତି ପେଶାଦାର ଅପରାଧୀ
ଭୁବନେଶ୍ୱର:– ଭୁବନେଶ୍ୱରରେ ମାକୁ ୨ ନାବାଳକ ହତ୍ୟା କରଥିବା ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ହତ୍ୟାକାଣ୍ଡ ଘଟାଇଥିବା ଦୁଇ ପୁଅର ବାପା ନିହାର ପ୍ରଧାନ ଜଣେ ପେଶାଦାର ହତ୍ୟାକାରୀ । ମେ ୧୩ ୨୦୧୧ରେ ସେ ଅମିତ ପ୍ରଧାନଙ୍କୁ ଗୁଳିକରି ହତ୍ୟା କରିଥିଲେ । ବ୍ରହ୍ମଗିରି ଅଂଚଳରେ ନିହାର ନିଜର ସହଯୋଗୀଙ୍କ ସହ ଏହି ହତ୍ୟା କରିଥିଲା । ପରେ ମାନ୍ୟବର କୋର୍ଟ ମାମଲାର ବିଚାର କରି ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ । ଏହି ହତ୍ୟାକାଣ୍ଡରେ ନିହାର ପୁରୀ ସର୍କଲ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ପୂର୍ବରୁ ମୃତ ମହିଳାଙ୍କ ସ୍ୱାମୀ ରାଉରକେଲାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି କୁହାଯାଇଥିଲା ।ବୁଧବାର ଗତକାଲି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପ୍ରଧାନସାହିସ୍ଥିତ ଏକ ଆପାର୍ଟମେଂଟରେ ନିଶାସକ୍ତ ମାକୁ ଦୁଇ ନାବାଳକ ପୁଅ ହତ୍ୟା କରିଥିଲେ । ଏହାପରେ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ । ହତ୍ୟାକାଣ୍ଡ ପରେ ଘରୁ ବାହାରକୁ ଯାଇ ପଡୋଶୀ ଆଲମଙ୍କୁ ଫୋନ କରି କହିଥିଲେ ଯେ, କେହି ତାଙ୍କ ମାକୁ ଆକ୍ରମଣ କରିଛି । ମା ଗୁରୁତର ହୋଇ ଘରେ ପଡିଛି । ପୁଣି ଅନ୍ୟ ଏକ ନମ୍ବରରରୁ ପଡୋଶୀଙ୍କ ପାଖକୁ କେହି ଫୋନ କରି ସମାନ କଥା କହିଥିଲେ । ଆଲମ ଘର ଭିତରକୁ ଯାଇ ଅବାକ ହୋଇଯାଇଥିଲେ । ଚଟାଣରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ପଡିରହିଥିଲା ।