ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ବର:-ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ। କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ରେଭେନ୍ସାରେ କଳାରେ ୭୨.୫ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରହିଛି। ସେହିପରି ବିଜ୍ଞାନରେ ରେଭେନ୍ସାର କଟକ ଅଫ୍‌ ମାର୍କ ୮୯ ପ୍ରତିଶତ ରହିଥିବାବେଳେ ବାଣିଜ୍ୟରେ କଟ୍‌ ଅଫ୍‌ ମାର୍କ ୭୫.୮୩ ପ୍ରତିଶତ।

ସେହିପରି ବିଜେପିରେ କଳା ବିଭାଗ ପାଇଁ କଟକ ଅଫ୍‌ ମାର୍କ ୭୧.୮୩ ପ୍ରତିଶତ ରହିଛି। ସେହିପରି ବିଜ୍ଞାନ ବିଭାଗ ପାଇଁ କଟକ ଅଫ୍‌ ମାର୍କ ୮୮.୬ ପ୍ରତିଶତ ରହିଥିବାବେଳେ ବାଣିଜ୍ୟ ବିଭାଗ ପାଇଁ କଟକ ଅଫ୍‌ ମାର୍କ 7୪ ପ୍ରତିଶତ ରହିଛି। ରମାଦେବୀରେ କଳା ବିଭାଗ ପାଇଁ କଟକ ଅଫ୍‌ ମାର୍କ ୬୪.୩୩ ପ୍ରତିଶତ ରହିଛି। ଶୈଳବାଳାରେ ବାଣିଜ୍ୟ ବିଭାଗ ପାଇଁ କଟକ ଅଫ୍‌ ମାର୍କ ୭୦ ପ୍ରତିଶତ ରହିଥିବାବେଳେ କଳା ବିଭାଗ ପାଇଁ କଟକ ଅଫ୍‌ ମାର୍କ ୬୬.୩୩ ପ୍ରତିଶତ ରହିଛି।

Leave a Reply

Your email address will not be published. Required fields are marked *