ଭାରତୀୟ ସମୁଦ୍ର ସୀମାରୁ ଚୀନ୍ ପୋତକୁ ଘଉଡାଇଦେଲା ନୌସେନା,

ନୂଆଦିଲ୍ଲୀ;-ନୌସେନା ହୀନ୍ଦ ମହାସାଗର କ୍ଷେତ୍ରରେ ଭାରତୀୟ ଜଳ ସୀମାକୁ ପଶି ଆସିଥିବା ଏକ ଚୀନ୍‌ ପୋତକୁ ଘଉଡାଇ ଦେଇଛି। ଏହା ଏକ ଅନୁସନ୍ଧାନ ପୋତ ଓ ମଲକ୍କା ଷ୍ଟ୍ରେଟ୍‌ରୁ ହୀନ୍ଦ ମହାସାଗରକୁ ପଶିଆସିଥିଲା। ଚୀନ୍‌ ପୋତକୁ ନୌସେନା ଟ୍ରାକିଂରେ ରଖିଥିବା ବେଳେ ଏହା ଗୁଇନ୍ଦାଗିରି କରୁଥିବାର ସନ୍ଦେହ ହୋଇଥିଲା। ଏଣୁ ତୁରନ୍ତ ସୀମାରୁ ଯିବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ନଯିବାରୁ ନୌସେନା ଘଉଡାଇବାକୁ ବାଧ୍ୟ ହୋଇଥିଲା।ଘଉଡା ଯାଇଥିବା ଚୀନ୍‌ ପୋତଟି ଚାଇନୀଜ୍ ଆକାଡେମୀ ଅଫ ସାଇନ୍ସର ସିୟାନ-୧ ବୋଲି ଜଣାପଡିଛି। ବିନା ଅନୁମତିରେ ପୋର୍ଟ ବ୍ଲେୟାର ଏକ୍ସକ୍ଲୁସିଭ ଇକୋନମୀ ଜୋନ (ଇଇଜେଡ୍)ରେ ଚୀନ୍‌ ପୋତ କାର୍ଯ୍ୟ କରୁଥିବାର ସାମୁଦରିକ ତଦାରଖ ବିମାନ ଦେଖି ସୂଚୀତ କରିବା ପରେ ନୌସେନା ପଦକ୍ଷେପ ନେଇଥିଲା।ହୀନ୍ଦ ମହାସାଗରରେ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆମେରିକା ସହ ମାଲଦ୍ୱୀପ ପ୍ରତିରକ୍ଷା ସହଯୋଗ ନିମନ୍ତେ ରାଜିନାମା କରିଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଏ ନେଇ ଘୋଷଣା କରିଛନ୍ତି। କ୍ଷେତ୍ରରେ ଚୀନ୍‌ର ପ୍ରଭୁତ୍ୱ ବୃଦ୍ଧି କାଳରେ ହୋଇଥିବା ଏହି ରାଜିନାମା  ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକାର ସହଯୋଗକୁ ବୃଦ୍ଧି କରିଛି।ସେପଟେ ଜାପାନ ସହ ମିସି ଭାରତ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌କୁ ଘେରିବା ଲାଗି ପ୍ରସ୍ତୁତି କରିନେଇଛି। ଭାରତ ଓ ଜାପାନ ଏ ନେଇ ଦୀର୍ଘ ବର୍ଷରୁ ଆଲୋଚନାରେ ଥିଲେ। ତେବେ ଅଚାନକ ଉଭୟ ଦେଶ ସଶସ୍ତ୍ର ବାହିନୀ ଓ ସେବା ଆଦାନପ୍ରଦାନ ନେଇ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏଣୁ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଏବେ ଚୀନ୍‌ ଲାଗି ବାଡ ପଡିଯାଇଛି।

Leave a Reply

Your email address will not be published. Required fields are marked *