ଡ୍ରଗ୍ସ ମାମଲାରେ ନାଁ ଆସିବାରୁ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲେ ରକୁଲ ପ୍ରୀତ ସିଂହ, ଆଜି ହେବ ଯାଚିକାର ଶୁଣାଣି

ନୂଆଦିଲ୍ଲୀ:-ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ତଦନ୍ତରେ ରିୟା ଚକ୍ରବର୍ତୀ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ନାଁ ନେଇଛନ୍ତି। ଡ୍ରଗ୍ସ ମାମଲା​‌ରେ ମିଡିଆରେ ନାଁ ଆସିବାରୁ ରକୁଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସେ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି। ସେଥିରେ କୁହାଯାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଏକ ନିର୍ଦେଶ ଜାରି କରାଯାଉ ଓ ମିଡିଆରେ ତାଙ୍କ ବିଷୟରେ କିଛି କୁହା ନ ଯାଉ। ଆଜି ତାଙ୍କର ଏହି ଯାଚିକା ଉପରେ ଶୁଣାଣି ହେବ।

ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନିସିବି) କହିଥିଲା ଡ୍ରଗ୍ସ ମାମଲାରେ ରିୟା ରକୁଲ ପ୍ରୀତ ସିଂହ, ସାରା ଅଲୀ ଖାନ ଓ ଡିଜାଇନର ସମୋନ ଖବାଂଟାଙ୍କ ନାଁ ନେଇ ଥିଲେ। ଏନସିବିର ଡେପୁଟି ନିର୍ଦେଶକ କେପିଏସ ମଲହୋତ୍ରା କହିଛନ୍ତି ତଦନ୍ତ ଏଜେନ୍ସି ଏବେ ସୁଦ୍ଧା ଏମାନଙ୍କୁ ସମନ ପଠାଇ ନାହିଁ। ଏଜେନ୍ସି ଗତ ଶନିବାର ମୁମ୍ବାଇ ଓ ଗୋଆରେ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଥିଲା। ବାନ୍ଦ୍ରାରେ ରହୁଥିବା କର୍ମଜୀତ ସିଂହ ଓରଫ କେଜେଙ୍କୁ ଏନସିବି ଅଫିସକୁ ଜେରା ପାଇଁ ନିଆଯାଇଥିଲା ଓ ପରେ ତାଙ୍କୁ ଗିରଫ କରାଗଲା।

ସୁଶାନ୍ତଙ୍କ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ରିୟାଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଛି। ରିୟାଙ୍କ ବ୍ୟତୀତ ସାମୁଏଲ ମିରାଣ୍ଡା, ଦୀପେଶ ସାଓ୍ବନ୍ତ, ରିୟାଙ୍କ ଭାଇ ସୌଭିକ ଓ ଛଅ ଜଣ ଡ୍ରଗ୍ସ ପେଡଲରଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *