ରାଜଧାନୀରେ ଚାଞ୍ଚଲ୍ୟ,ନିଶାଗ୍ରସ୍ତ ଅବସ୍ଥାରେ ମା’ଙ୍କୁ ପିଟି ପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ
ଭୁବନେଶ୍ୱର:-ରାଜଧାନୀରେ ଚାଞ୍ଚଲ୍ୟ । ନିଶାଗ୍ରସ୍ତ ମା’ କୁ ଦୁଇ ନାବାଳକ ପୁଅ ସାବଳରେ ପିଟି ପିଟି ହତ୍ଯା କରିଛନ୍ତି। ଏଭଳି ଘଟଣା ଏୟାରଫିଲଡ଼ ଥାନା ବେହେରାସାହି ଅର୍କିଡ ଆପାଟମେଣ୍ଟରେ ଦେଖିବାକୁ ମିଳିଛି। ଖବର ପାଇ ଏୟାରଫିଲଡ଼ ଥାନା ଅଧିକାରୀ ଦୀପକ ମିଶ୍ର ଏବଂ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ରର ଅଧିକାରୀ ପହଞ୍ଚି ବାର୍ଥରୁମ୍ରେ ମୃତ ଦେହ ଜବତ କରି ବ୍ୟଵଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏହାସହ ସାଇଣ୍ଟିଫିକ ଟିମ ମଧ୍ୟ ଉକ୍ତ ଆପାଟମେଣ୍ଟରେ ପହଞ୍ଚି ଏକାଧିକ ନମୁନା ସଂଗ୍ରହ କରିଛନ୍ତି। ହତ୍ୟା କରିଥିବା ଦୁଇ ନାବାଳକ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।ମୃତ ମହିଳା ହେଲେ ବିନୋଦିନୀ ମିଶ୍ର । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କ ଘର ପୁରୁଣା ଭୁବନେଶ୍ୱର ହୋଇଥିବା ବେଳେ ଦୁଇ ନାବାଳକ ପୁଅଙ୍କ ସହ ଏୟାରଫିଲଡ଼ ଥାନା ବେହେରାସାହି ଅର୍କିଡ଼ ଆପାଟମେଣ୍ଟରେ ଭଡା ନେଇ ରହୁଥିଲେ। ହେଲେ ସବୁବେଳେ ବିନୋଦିନୀ ନିଶା ଖାଇ ଦୁଇ ପୁଅଙ୍କୁ ନିର୍ଯ୍ୟାତନା ଦେଉଥିଲେ।ସବୁଦିନ ପରି ବୁଧବାର ରାତିରେ ବିନୋଦିନୀ ନିଶା ପିଇ 2 ପୁଅଙ୍କୁ ମାଡ଼ ମାରିଥିଲେ। ଏଥିରେ 2 ନାବାଳକ ପୁଅ ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ସାବଳରେ ମା’ବିନୋଦିନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହାପରେ ବିନୋଦିନୀଙ୍କ ମୃତ୍ୟୁ ଘଟିବା ପରେ ତାଙ୍କୁ ବାର୍ଥରୁମରେ ଫିଙ୍ଗି ଘରେ ଥିବା ପୋଷା କୁକୁର ନେଇ ଫେରାର ହୋଇଯାଇଥିଲେ। ଦୁଇ ଭାଇ ହତ୍ୟା କରିବା ପରେ ଆପାଟମେଣ୍ଟର ସୁରକ୍ଷା କର୍ମୀଙ୍କୁ କହିଥିଲେ ଯେ, ମା’ଙ୍କୁ କେହି ରାତିରେ ଘରେ ପଶି ହତ୍ୟା କରିଥିଲେ। ସୁରକ୍ଷାକର୍ମୀ ପୋଲିସ କହିବା ପରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରିଥିଲା। ଏହା ସହ ଉକ୍ତ ଅଞ୍ଚଳରେ ଲୁଚିଥିବା 2 ଭାଇଙ୍କୁ ପୋଲିସ କାବୁ କରିଥିଲେ। ଜଣଙ୍କ ବୟସ 12 ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ 15 ହୋଇଥିବା ଜଣାପଡିଛି।