୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସି.ଆର୍.ପି.ଏଫ୍ ଯବାନ
ମାଲକାନଗିରି:-ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସି.ଆର୍.ପି.ଏଫ୍ ଯବାନ । ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନଷ୍ଟ କରିଛନ୍ତି ସୁରକ୍ଷାକର୍ମୀ ।ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲା ମୁରଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନକୁ ଠାବ କରିବା ସହ ଏହାକୁ ନିଷ୍କ୍ରିୟ କରିଦେଇଛନ୍ତି ମାଓ ଅପରେସନରେ ନିୟୋଜିତ ସି.ଆର୍.ପି.ଏଫ୍ ଯବାନମାନେ ।୫ କିଲୋ ଓଜନର ଏହି ଲ୍ୟାଣ୍ଡମାଇନକୁ ନଷ୍ଟ କରିଦିଆଯାଇଛି । ଠିକ୍ ସମୟରେ ଯଦି ଏହାକୁ ଠାବ କରାଯାଇନଥାନ୍ତା ତାହେଲେ ହୁଏତ, ଏହା ସାଧାରଣ ଲୋକ କିମ୍ବା ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ।










