ଚିହ୍ନଟ ହୋଇଥିବା ୧୦୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ରହିଛନ୍ତି ସର୍ବାଧିକ

ଭୁବନେଶ୍ୱର :-ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ଆଉ ୧୦୧କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ଗଞ୍ଜାମ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି ।ସୂଚନାଯୋଗ୍ୟ ଯେ, ଆଜି ଚିହ୍ନଟ ହୋଇଥିବା ୧୦୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୨ଜଣ, ବାଲେଶ୍ୱରରୁ ୩୩ଜଣ, ଯାଜପୁର ଜିଲ୍ଲାରୁ ୭ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ଜଣ ଏବଂ କେନ୍ଦୁଝର ଜିଲ୍ଲାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ଜିଲ୍ଲାରେ ୨୦୯ଟି ଆକ୍ଟିଭ୍‌ କେସ୍‌ ରହିଛି । ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ଜଣ ସୁସ୍ଥ ହୋଇଛନ୍ତି । ୭୯ଟି ଆକ୍ଟିଭ କେସ୍‌ ରହିଛି । ଯାଜପୁର ଜିଲ୍ଲାରେ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୩୩ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଜିଲ୍ଲାରେ ବର୍ତ୍ତମାନ ୩୮ଟି ଆକ୍ଟିଭ୍‌ କେସ୍ ରହିଛି । ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ରହିଥିବା ବେଳେ ୩୭ଜଣ ସୁସ୍ଥ ହୋଇସାରିଛି । ଏବଂ ବାକି ୧୧ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି ।ଭଦ୍ରକରେ ୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ଜିଲ୍ଲାରେ ୧୬ଟି ଆକ୍ଟିଭ୍‌ କେସ୍‌ ରହିଛି ।ସୁନ୍ଦରଗ଼ଡରେ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ୧୩ଟି ଆକ୍ଟିଭ୍‌ କେସ୍‌ ରହିଛି । ଅନୁଗୋଳ ଜିଲ୍ଲାରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଟି ଆକ୍ଟିଭ୍‌ କେସ୍‌ ରହିଛି । କେନ୍ଦ୍ରାପଡାରେ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ଜିଲ୍ଲାରେ ୭ଟି ଆକ୍ଟିଭ୍‌ କେସ୍‌୍ ରହିଛି । ମୟୁରଭଞ୍ଜ ଜିଲ୍ଲାରେ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ଟି ଆକ୍ଟିଭ୍‌ କେସ୍‌ ରହିଛି ।

ଜଗତସିଂହପୁରରେ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ୫ଜଣ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ବୌଦ୍ଧରେ ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି । କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ପୁରୀରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି । ଏବଂ ବାକି ୩ଜଣଙ୍କ ଚିକିତ୍ସା ଜାରି ରହିଛି । ସେହିପରି କଟକରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି । ଏବଂ ବାକି ୨ଜଣଙ୍କ ଚିକିତ୍ସା ଜାରି ରହିଛି ।

 ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । 

Leave a Reply

Your email address will not be published. Required fields are marked *