କଳ୍ପନା ଛକରେ ନିଶାରେ ଚୁର୍ କଲ୍ ଗାର୍ଲଙ୍କ ଉତ୍ପାତ !

ଭୁବନେଶ୍ୱର,:- କଳ୍ପନା ଛକରେ ଗତକାଲି ବିଳମ୍ବିତ ରାତିରେ ୨ଯୁବତୀ ଏମିତି ହଙ୍ଗାମା କରିଛନ୍ତି। ବଡ଼ଗଡ଼ ଥାନା ପୁଲିସ ୨ ଯୁବତୀଙ୍କ ସହ ଜଣେ ଅଟୋ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ରାତି ପ୍ରାୟ ସାଢ଼େ ୧୦ଟା ହେବ। ଷ୍ଟେସନ ଆଡୁ ୨ ଯୁବତୀ ଏକ ଅଟୋରେ କଳ୍ପନା ଆଡ଼କୁ ଆସୁଥିଲେ। ହାପ୍‌ ପ୍ୟାଣ୍ଟ ସାଙ୍ଗକୁ ଟି-ସାର୍ଟ ପିନ୍ଧିଥିଲେ। ପ୍ରଚୁର ମଦ ପିଇଥିଲେ। ଗୋଡ଼ ବି ଠିକ୍‌ ଭାବେ ତଳେ ପଡୁନଥିଲା । ଅଟୋ ଡ୍ରାଇଭର ବି ନିଶାରେ ଚୁର୍‌ ଥିଲେ। କଳ୍ପନା ମ୍ୟୁଜିୟମ ଛକରେ ଅଟୋକୁ ରଖିଲେ। ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କୁ ନିସ୍ତୁକ ପିଟିଲେ। ଜଣେ ଯୁବତୀ ଚପଲ ଖୋଲି କି ଯୁବକଙ୍କ ଗାଲକୁ ସେକିବାକୁ ଲାଗିଲା । ସ୍ଥାନୀୟ ଲୋକ ଘେରିଯାଇ ଯୁବକଙ୍କୁ ପିଟିବାର କାରଣ ପଚାରିଲେ। ଜଣେ ଯୁବତୀ ଚଢ଼ା ଗଳାରେ ଜବାବ୍‌ ଦେଲେ ଯେ, ସେ ଟୋକା ଆମ ଆଡ଼କୁ ଚାହିଁ ପରିସ୍ରା କରୁଥିଲା । କାରଣ ପଚାରିବାରୁ ସେ ଆମ ପାଖକୁ ଯାଇ ମୋବାଇଲ୍‌ରେ ସେକ୍ସ ଭିଡିଓ ଦେଖାଇଲା। ଏଥିପାଇଁ ଆମେ ତାକୁ ପିଟୁଛୁ । ତମେମାନେ ତମ ବାଟରେ ଯାଅ । ଆମକୁ ହଇରାଣ କଲେ, ତମକୁ ବି ପିଟିବୁ । ଏମିତି ବାଣୀ ଶୁଣାଇ ପୁଣି ଯୁବକକୁ ପିଟିବା ଆରମ୍ଭ କଲେ । ୨ ଯୁବତୀଙ୍କୁ ଅଟୋ ଡ୍ରାଇଭର ଜଣକ ବେଶ୍‌ ସହଯୋଗ କରିଥିଲା। ଯୁବତୀମାନଙ୍କ ଏମିତି ଅଶାଳୀନ ବ୍ୟବହାର ଦେଖି ଦେଖଣାହାରୀମାନେ ରାଗି ଯାଇଥିଲେ। ୨ ଯୁବତୀ ଓ ଅଟୋ ଡ୍ରାଇଭରଙ୍କୁ ବିରୋଧ କରିବା ଆରମ୍ଭ କଲେ। ଯୁବତୀଙ୍କୁ ଜବରଦସ୍ତି ଅଟୋରେ ବସାଇ ପୁଲିସକୁ ଫୋନ୍‌ କଲେ । ଅଟୋ ଡ୍ରାଇଭରକୁ ନିସ୍ତୁକ ପିଟିଥିଲେ ।

ସେପଟେ ଏହି ମଉକାରେ ମାଡ଼ ଖାଉଥିବା ଯୁବକଜଣକ ସେଠାରୁ ଚମ୍ପଟ ମାରିଥିଲା । ବଡ଼ଗଡ଼ ଥାନାର ଏକ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଟୋ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା । ୨ ଯୁବତୀଙ୍କୁ ଭ୍ୟାନ୍‌ରେ ବସାଇ ଥାନାକୁ ନେଇଥିଲା । ଉଭୟେ କଲ୍‌ ଗାର୍ଲ ବୋଲି ପୁଲିସ ସନ୍ଦେହ କରୁଛି ।

Leave a Reply

Your email address will not be published. Required fields are marked *